ଧର୍ମଶାଳା (କୁଲୁ ବରାଳ) : ଧର୍ମଶାଳା ବ୍ଳକ ଅନ୍ତର୍ଗତ କବାଟବନ୍ଧ ତାରିଣୀ ଛକ ଠାରେ ଆଜି ପବିତ୍ର ଗଣେଶ ପୂଜା ଖୁବ ଧୁମ ଧାମରେ ପାଳନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଧର୍ମଶାଳା ର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ର ଟାଣୁଆ ନେତା ପ୍ରଣବ ବଳବନ୍ତରାୟ ଯୋଗଦାନ କରି ପୂଜା ଅର୍ଚ୍ଚନା କରିବା ସହ ଭଗବାନ ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ। ତାଙ୍କ ସହ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ୧୨ ନମ୍ବର ଜୋନ୍ ବିଜେଡି ସଭାପତି ପ୍ରହ୍ଲାଦ ପାତ୍ର,୧୨ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପ୍ରଣତି ଲେଙ୍କା, ପୂର୍ବତନ ଚେୟାର ମ୍ୟାନ ପ୍ରଭାତ ବଳବନ୍ତରାୟ ପ୍ରମୁଖ ବ୍ୟକ୍ତି ମାନେ ଅଂଶ ଗ୍ରହଣ କରିଥିଲେ। କ୍ଷମତା ରେ ନଥିଲେ ମଧ୍ୟ ମଧ୍ୟ ପୂର୍ବତନ ବିଧାୟକ ଯେପରି ଲୋକ ଓ କର୍ମୀ ମାନଙ୍କ ସହ ପ୍ରତେକ କ୍ଷେତ୍ରରେ ଛିଡା ହେଉଛନ୍ତି ତାହା ଏବେ ଧର୍ମଶାଳା ରେ ଚର୍ଚ୍ଚା ର ବିଷୟ ପାଲଟିଛି |
