ଧର୍ମଶାଳା (କୁଲୁ ବରାଳ) : ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜେନାପୁର ପଞ୍ଚାୟତର ବିଜେପି ସଭାପତି ପ୍ରକାଶ ବରାଳ ଙ୍କ ନେତୃତ୍ବରେ ଆଜି ଏକ ସଫେଇ କାର୍ଯ୍ୟ କରାଯାଇଛି। ବରାଳ ସାହି ଠାରୁ ଜେନାପୁର ରେଲୱେ ଷ୍ଟେସନ ଗେଟ୍ ପର୍ଯ୍ୟନ୍ତ ରାସ୍ତା ଅଳିଆ ଆବର୍ଜନାରେ ଭରି ରହିଥିଲା। ଦୈନଦିନ ଶହ ଶହ ଲୋକ ସେହି ବାଟ ଦେଇ ଯିବାଆସିବା କରିଥାନ୍ତି, ମାତ୍ର କେହି ସେହି ଅଳିହା ଆବର୍ଜନା କଥା ଭାବି ନଥାନ୍ତି। ମାତ୍ର ଆଜି ଗଣେଶ ପୂଜାରେ ଜେନାପୁରର ସମାଜସେବୀ ଶ୍ରୀ ପ୍ରକାଶ ବରାଳ ଏହା କୁ ସଫା କରିବା ପାଇଁ ମନ ବଳାଇଥିଲେ। ସାଙ୍ଗରେ କିଛି କର୍ମକର୍ତା କୁ ନେଇ ସକାଳୁ ଏହି କାମରେ ଲାଗି ପଡ଼ିଥିଲେ। ତୁହାକୁତୁହା ବର୍ଷାକୁ ଖାତିର ନକରି ଆଜି ସଫେଇ କାର୍ଯ୍ୟ କରିଥିଲେ। ଏହି କାମରେ ଜେନାପୁର ଗ୍ରାମର, ଦିଲିପ ପ୍ରଧାନ,ନିର୍ମଲ ମହାନ୍ତି,ବିଶ୍ୱଜିତ ବରାଳ,ରୁଦ୍ରନାରାୟଣ ପ୍ରଧାନ,ରଂଜିତ ପ୍ରଧାନ,ବିଜୟ କୁମାର ବରାଳ,ବାପୁନା ବରାଳ,ସମିର ସାହୁ,ସିପୁନ ବରାଳ,କୈଳାସ ସାହୁ,କବି ମଲିକ, ରମେଶ ମଲିକ,ବିମ୍ବାଧର ମଲିକ ଷେତ୍ରବାସୀ ସାହୁ,ତ୍ରିଲୋଚନ ପ୍ରଧାନଙ୍କ ଶହ ବହୁ କର୍ମୀ ମାନେ ସହଯୋଗ କରିଥିଲେ। ଆଜିର ସଫେଇ କାର୍ଯ୍ୟ ପାଇଁ ତାଙ୍କୁ ପଞ୍ଚାୟତ ର ସାଧାରଣ ଜନତା ଙ୍କ ଠାରୁ ନେଇ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଖୁବଶୀଘ୍ର ଜେନାପୁର ପଞ୍ଚାୟତର ପ୍ରତେକ ଗ୍ରାମ ଗୁଡିକର ସଫେଇ କାର୍ଯ୍ୟ ହେଵ ବୋଲି ଶ୍ରୀ ପ୍ରକାଶ ବରାଳ ବୋଲି କହିଛନ୍ତି।
