ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷ ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ନିଷ୍ପତି ନେଇଛନ୍ତି। ସମଗ୍ର ଓଡ଼ିଶା ରେ ୧୦ହଜାର ଅଧ୍ୟାପକ ଓ କର୍ମଚାରୀ ମାନେ ନିଜର ନ୍ୟାର୍ଯ୍ୟ ହକ ରୁ ବଞ୍ଚିତ ରହିଯାଉଛନ୍ତି। ଅଧ୍ୟାପକ ଏବଂ କର୍ମଚାରୀ ଙ୍କ ଅନୁଦାନ ତାଙ୍କ ଅଧିକାର ହୋଇଥିବା ବେଳେ ସମ୍ମାନ କାମ କୁ ସମାନ ଦରମା ଦାବୀ କରିଛନ୍ତି। ଏହି ଆନ୍ଦୋଳନ ରେ ଆନ୍ଦୋଳନ ରେ ଷ୍ଟାଫ ସଂଘ ସମ୍ପାଦକ ଗୀତା ଶ୍ରୀ ପ୍ରିୟମ୍ବଦା ଅଧ୍ୟାପିକା ପ୍ରଣତି ପଣ୍ଡା, ସନ୍ତୋସିନି ସଲମା, ନିବେଦିତା ଆଚା ସଲମାନ ମେହେରୁଁନ ଖାନ, ନୈନା ପ୍ରଧାନ,ଅନନ୍ଦିନି ମିଶ୍ର, ପ୍ରଦୀପ କୁମାର ବେହେରା, ରାଜା ବାରିକ, ଧବଲେଶ୍ୱର୍ ନାଏକ, ଗିରିଧାରୀ ନାଏକ, ବିଜୁ ନାଏକ, ବିବେକା ନନ୍ଦ ପ୍ରଧାନୀ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।
