ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ତିଖାଳୀ ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶି ରୁ ବର୍ଷା ଜଳ ନିଷ୍କାସନ ହୋଇଅଛି। ଆଗାମୀ ଦିନରେ ବୃଷ୍ଟିପାତ ଥିବା ଦେଖି ଜଳରାଶି ରୁ ଜଳ ନିଷ୍କାସନ ନେଇ ବିଭାଗ ପକ୍ଷ ରୁ ନିଷ୍ପତ୍ତି ହୋଇଅଛି। ବର୍ତ୍ତମାନ ପ୍ରକଳ୍ପ ଜଳରାଶିରେ ୨୬୪.୩୦୦ ମିଟର ଜଳ ରହିଥିବା ବେଳେ ଆସନ୍ତା ବର୍ଷା କୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ଆବଶ୍ୟକତାକୁ ଦେଖି ନିଷ୍ପତ୍ତି ହୋଇଅଛି। ଆଜି ଗେଟ ନମ୍ୱର୍ ୩ ଖୋଲି ୮୦ ଘନ୍ କିୟୁବିକ ସେଟ୍ ଜଳ ନିଷ୍କାସିତ ହେଉଅଛି। ଏହି ଜଳ ନିଷ୍କାସନ ବେଳେ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ, ସହକାରୀ ଯନ୍ତ୍ରୀ ହେମ କୁମାର ନାଏକ, ସୌରଭ କୁମାର ଦାସ, ଏଇ ଝୁରି ଲାଲ ଲୋହାର, ବନ୍ ଛତ୍ରୀଆ ପ୍ରମୁଖ ଯୋଗ ଦେଇଥିଲେ।
