କଟକ : ସାହିତ୍ୟ ପତ୍ରିକା କାୟାକଳ୍ପ ପକ୍ଷରୁ ବିଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାସଂଦରା ସ୍ଥିତ ଜୟନ୍ତୀ ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷୟତ୍ରି ରାଜଲକ୍ଷ୍ମୀ ବେହେରା ଉଦଘାଟନ କରିଥିଲେ। ସମାଜସେବୀ ଲୋକଶିକ୍ଷକ ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ତ୍ରିଲୋଚନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଶିକ୍ଷୟିତ୍ରୀ ଉର୍ମିଳା ବେଉରା ସ୍କୋରର ଥିଲେ। ଆରାଧ୍ୟା ଜେନା, ସଂଘମିତ୍ରା ମଲ୍ଲିକ, ସାନଭି ମହାନ୍ତି ଶ୍ରେଷ୍ଠ ପ୍ରତିଯୋଗୀ ହୋଇଥିଲେ। ସମସ୍ତ ପ୍ରତିଯୋଗୀ ଙ୍କୁ ଶିକ୍ଷାବିତ୍ ଗିରୀଶ ପଟ୍ଟନାୟକ ଙ୍କ ସ୍ମୃତିରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଫୁଲ୍ଲ ଜେନା ଧନ୍ୟବାଦ୍ ଦେଇଥିଲେ। ଲକ୍ଷ୍ମୀଧର ମୁଦୁଲି, ଦିଗମ୍ବର ଘଡାଇ ସହଯୋଗ କରିଥିଲେ।
