ତିର୍ତ୍ତୋଲ (ଗୋପାଳ କୃଷ୍ଣ ଦାସ) : ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଇବ୍ରିସିଂ ପଂଚାୟତର ବଡିଲୋ ଛକରେ ହୋଇଥିବା ଘଟଣା ଗିରଫ ହୋଇଥିବା ଅଭିଯୁକ୍ତ ଶିବ ପ୍ରସାଦ ନାୟକ (ପପେୟା) କୁ କୋର୍ଟ ଚାଲାଣ କରାଯାଇଅଛି ବୋଲି ଥାନା ସୁତ୍ରରୁ ଜଣାପଡିଛି । କେସ୍ ନଂ ୪୩୦/୨୫ ଦଫା ୨୯୬,୩୫୧(୩),୭୪,୭୫,୭୬,୩୨୪(୪),୧୦୯,୧୧୫(୨),୧୭(୨),୩(୫) ଲଗାଯାଇଛି । ସୁଚନା ଯୋଗ୍ୟ ଯେ ସେହି ଛକ ପାଖରେ ଥିବା ଭେରାଇଟ ଷ୍ଟାେରର ମାଲିକ ଜନୈକ ମହିଳା ମିନତି ସାହୁ ଙ୍କୁ ଜୀବନରେ ମାରି ଦେବାକୁ ତାଙ୍କ ଘର ଉପରେ ଟ୍ରକ ଚଢ଼ିଇବାକୁ ଯାଇ ପାଖରେ ଥିବା ଏକ ନଡ଼ିଆ ଗଛରେ ପିଟି ହୋଇ ରହିଯାଇଥିଲା । ଏହାକୁ ଗ୍ରାମବାସୀ ଵିରୋଧ କରିବାରୁ ମରଣା ଅସ୍ତ୍ର ଧରି ଗ୍ରାମବାସୀ ଙ୍କୁ ଗୋଡ଼ାଇ ଥିଲା । ଏବଂ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଅଭିଯୁକ୍ତ ଦେଇଅଛି ବୋଲି ଶ୍ରୀମତି ସାହୁ ତିର୍ତୋଲ ଥାନାରେ ଅଭିଯୋଗ କରିଛନ୍ତି । ପୁର୍ବରୁ ଶ୍ରୀମତି ସାହୁ ୨୦୨୩ ମସିହାରେ ବଳତ୍କାର ଉଦ୍ୟମ ଓ ମାରିବାର ଧମକ କୁ ନେଇ ଅଭିଯୁକ୍ତ ଶିବ ପ୍ରସାଦ (ପପେୟା)ର ନାମରେ ଅଭିଯୋଗ କରିଥିଲେ ।
