ବାଲେଶ୍ୱର (ଅମରଦ୍ଵୀପ ସିଂହ) : ଆଜିର ସନ୍ଧ୍ୟା ବାଲେଶ୍ୱର ଜିଲ୍ଲାବାସୀଙ୍କ ପାଇଁ ଏକ ଐତିହାସିକ ଓ ଗର୍ବର ମୁହୂର୍ତ୍ତ ହୋଇଛି ।DRDO ଚନ୍ଦିପୁର ଅଞ୍ଚଳରେ ଅଗ୍ନି–୫ ମିସାଇଲ୍ର ସଫଳ ପରୀକ୍ଷା କରାଯାଇଛି । ଏହି ମିସାଇଲ୍ଟି ପୂର୍ଣ୍ଣରୂପେ ଭାରତୀୟ ନିର୍ମିତ ହୋଇଥିବା ସହିତ ପରମାଣୁ ଶକ୍ତି ବୋହିବାକୁ ସକ୍ଷମ ଓ ୫,୦୦୦ କିଲୋମିଟର୍ରୁ ଅଧିକ ଦୂର ପର୍ଯ୍ୟନ୍ତ ପହଞ୍ଚିବାକୁ ସମର୍ଥ । ଏହି ସଫଳ ପରୀକ୍ଷାରେ ସମଗ୍ର ଦେଶ ଗର୍ବିତ ହୋଇଥିବାବେଳେ ବାଲେଶ୍ୱରବାସୀଙ୍କ ମନରେ ଆନନ୍ଦର ଲହରୀ ପ୍ରବାହିତ ହୋଇଛି । କାରଣ, ଏହି ଐତିହାସିକ ଘଟଣାର ସାକ୍ଷୀ ହେବାର ସୁଯୋଗ ବାଲେଶ୍ୱରକୁ ମିଳିଛି । ଅଗ୍ନି–୫ ମିସାଇଲ୍ର ସଫଳ ପରୀକ୍ଷା ଭାରତର ସୁରକ୍ଷା ବ୍ୟବସ୍ଥାକୁ ନୂଆ ଶକ୍ତି ଓ ନୂଆ ଆତ୍ମବିଶ୍ୱାସ ଦେଇଛି । ଏହି ମିସାଇଲ୍ର ଅସାଧାରଣ ସମର୍ଥ୍ୟ ଭାରତକୁ ବିଶ୍ୱ ମଞ୍ଚରେ ଏକ ଶକ୍ତିଶାଳୀ ଦେଶ ଭାବରେ ପ୍ରତିଷ୍ଠିତ କରିଛି । ସାଧାର ଲୋକମାନେ କହିଛନ୍ତି ଯେ, “ଆମର ଜନ୍ମଭୂମି ବାଲେଶ୍ୱରରେ ଏପରି ମହାନ ପରୀକ୍ଷା ସଫଳ ହେବା ଆମ ପାଇଁ ବଡ଼ ଗର୍ବର କଥା ।” ଏହି ସଫଳତାରେ ରକ୍ଷା ବିଭାଗର ବିଜ୍ଞାନୀମାନଙ୍କ ଅମୂଲ୍ୟ ପରିଶ୍ରମ ଓ ଦେଶପ୍ରେମର ଫଳାଫଳ ସ୍ପଷ୍ଟ । ବାଲେଶ୍ୱର ଓଡ଼ିଶା ପାଇଁ ଏହା ଏକ ଇତିହାସିକ ଦିନ ।
