ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ୱାର୍ଡ ନମ୍ୱର୍ ୦୭ ଲାଲ ସାହେବ୍ ପଡ଼ା ରୁ ଗାନ୍ଧୀନଗରକୁ ସଂଯୋଗ କରୁଥିବା ସଡ଼କ ମହିଳା କଲେଜ ସମ୍ମୁଖ ରେ କାଦୁଆ ପଚ୍ ପଚ୍। ଛାତ୍ରୀ ମାନେ ଯାତାୟାତ ନେଇ ବ୍ୟାପକ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ଏହି ସଡ଼କ ଉପରେ ପ୍ରତ୍ୟେକ ଦିନ ତିନି ଗୋଟି କଲେଜ୍ ର ୧୦୦୦ ରୁ ଉର୍ଦ୍ଧ ଛାତ୍ରୀ ମାନେ ଯାତାୟାତ ପାଇଁ ନିର୍ଭରଶୀଳ। ଖଡିଆଳ ଡିଗ୍ରୀ ମହିଳା କଲେଜ୍, ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ, ଏବଂ ମଡେଲ ଡିଗ୍ରୀ କଲେଜ ନୂଆପଡ଼ାର ଛାତ୍ର ଛାତ୍ରୀ ମାନେ ଯାତାୟାତ କରନ୍ତି। ସେହିପରି ଗାନ୍ଧୀନଗର,ହୀରା ନଗର ଏବଂ ଗୋକୁଳ ନଗର ବାସୀ ମଧ୍ୟ ଯାତାୟତ ନେଇ ଯିବା ଆସିବା କରନ୍ତି। କାଦୁଅ ପଚ୍ ପଚ୍। ଅନ୍ୟତ୍ର କୌଣସି ସଡ଼କ ନ ଥିବା ରୁ ବାଧ୍ୟ ହୋଇ କଦୁଅ କୁ ମାଡ଼ିଯିବା ସହ ମାଡ଼ି କୁ ଆସୁଛନ୍ତି। ଖଡିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଏବଂ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଙ୍କୁ ଯୋଗ ଯୋଗ କରିବାରୁ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
