ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ବାଲେଶ୍ୱର ଜିଲ୍ଲା ସୋର ଥାନା ମୂଳିସିଂ ଗାଁର ପ୍ରଶାନ୍ତ ସ ଙ୍କର ପୁଅ ରାକେଶ ସ (21)ବର୍ଷ l ରାକେଶ ଦୀର୍ଘ 3 ବର୍ଷ ବେଙ୍ଗାଲୁର ର ଏକ ସଫ୍ଟୱେର କମ୍ପାନରେ କାର୍ଯ୍ୟ କରୁଥିଲେ l ତେବେ ସେ ଗତ ରବିବାର ଦିନ ରୁମରେ ଥିବା ବେଳେ ବିଦ୍ୟୁତ ଆଘାରେ ଶିକାର ହୋଇଥିଲେ l ପରେ ତାଙ୍କୁ ତାଙ୍କ ସହକର୍ମୀ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l କିନ୍ତୁ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ତାଙ୍କ ବାପା ପହଞ୍ଚି ଶବ ବ୍ୟବଛେଦ କରି ବାଙ୍ଗାଲୋର ଏୟାରପୋର୍ଟକୁ ଆଣିଥିଲେ l ସେଠାରେ କୋୖଣସି ତ୍ରୁଟି ବଶତଃ ଶବ ପରିବର୍ତ୍ତନ ହୋଇଯାଇଥିଲା l ତେବେ ପରିବାର ଲୋକେ ଘରେ ପହଞ୍ଚି କୌପିନ ଖୋଲିବା ପରେ ଅନ୍ୟ ଜଣକ ଶବ ଦେଖିଥିଲେ କିନ୍ତୁ ତାଙ୍କ ନାମ ରାକେଶ ଲେଖା ଥିଲା l ପରେ ପରିବାର ଲୋକେ ଯୋଗାଯୋଗ କରିବା ପରେ ଘରେ ପହଞ୍ଚିଥିବା ଶବ ପଶ୍ଚିମବଙ୍ଗ ଶିଲିଗୁଡି ଅଞ୍ଚଳର ସେ ଶବ ବୋଲି ଜଣାପଡିଥିଲା l ତେଣୁ ପରିବାର ଲୋକେ ତାଙ୍କ ପୁଅର ଶବ ଆଣିବାକୁ ସରକାରଙ୍କୁ ଦାବୀ କରିଛନ୍ତି l
