ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜ ଜାତୀୟ ସେବା ଯୋଜନା ପକ୍ଷ ରୁ ନିଶା ମୁକ୍ତ ଭାରତ ଗଠନ ସଂକଳ୍ପ ନେଇଥିଲେ। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଥିବା ବେଳେ କଲେଜ୍ ପରିସର ମଧ୍ୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ରାଣୀ ସ୍ୱରୂପ କୁମାର, ମହେଶ୍ୱାତା ପଣ୍ଡା, ଅଧ୍ୟାପକ ଦୁର୍ଯ୍ୟୋଧନ ଭୋଇ, ଦେଓ କୁମାର ସତନାମି, ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇ ସଂକଳ୍ପ ନେଇଥିଲେ। ନିଶା ଦ୍ବାରା ସମାଜରେ କୁପ୍ରଭାବ ପଡ଼ି ମହିଳା ସୁରକ୍ଷା ରେ ଅନେକ ବାଧା ଦେଉଥିବା ବେଳେ ନିଶା ମୁକ୍ତ ଅଞ୍ଚଳ ଗଠନ କରିବା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ। କଲେଜ୍ ଛାତ୍ରୀମାନେ ଶୋଭାଯାତ୍ରା ରେ ନଗର ପରିକ୍ରମା କରିଛନ୍ତି।
