
ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ): ଭାଇ ଭଉଣୀର ପବିତ୍ର ପର୍ବ ରକ୍ଷା ବନ୍ଧନ । ଶୂତା କ୍ଷୀୟ ରେ ଏହି ବନ୍ଧନ ବନ୍ଧା।ଗାଁ ଠୁ ସହର ସବୁ ଆଡ଼େ ପାଳିତ ହୋଇଯାଇଛି ରାକ୍ଷୀ ପୂର୍ଣ୍ଣିମା। ଏହି ପରିପ୍ରେକ୍ଷୀରେ ଆଜି ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ସୋର ସେବା କେନ୍ଦ୍ର ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସେବା କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ସୁନିତା ଭଉଣୀ ରକ୍ଷା ବନ୍ଧନ ଉତ୍ସବର ମହତ୍ତ୍ୱ ପ୍ରତିପାଦିତ କରିଥିଲେ। ବ୍ରହ୍ମା କୁମାର କରୁଣାକର ଆତ୍ମା,ପରମାତ୍ମା, ସୃଷ୍ଟି ଚକ୍ର ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ ପୂର୍ବକ ରାଜଯୋଗର ଅଭ୍ୟାସ କରାଇଥିଲେ। ବ୍ରହ୍ମା କୁମାର ମୁକ୍ତିକାନ୍ତ ବର୍ତ୍ତମାନ ସମୟରେ ବିଷମ ପରିସ୍ଥିତିରେ କି ଭଳି ନିଜକୁ ରାଜଯୋଗ ମାଧ୍ୟମରେ ରକ୍ଷା କରି ପାରିବେ ସେ ବିଷୟରେ ଆଲୋକପାତ କରିଥିଲେ। ପାଖର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୁକଦେବ ନାୟକ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସାରା ବିଶ୍ୱରେ କିପରି ମହତ ସେବା ପ୍ରଦାନ କରୁଛି ତାହା ବର୍ଣ୍ଣନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସୋରର ବିଭିନ୍ନ ବ୍ୟକ୍ତିବିଶେଷ, ଅଗ୍ରଣୀ ସାମାଜିକ ସ୍ବେଛାସେବୀ ସେବା ସଂଗଠନ ଆଦର୍ଶ ଯୁବ ପରିଷଦର ଭାଇ ଓ ଭଉଣୀ ମାନଙ୍କୁ ରକ୍ଷା ବନ୍ଧନ ସହ ‘ପରମାତ୍ମାଙ୍କ ସ୍ୱରୂପ ଜ୍ୟୋତିବିନ୍ଦୁ’ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମ କୁମାରୀ ସରସ୍ବତୀ, ବ୍ରହ୍ମ କୁମାରୀ ରଂଜିତା, ବ୍ରହ୍ମ କୁମାରୀ ତନୁଜା, ବ୍ରହ୍ମ କୁମାରୀ ସ୍ବେଦେଶନାଙ୍କ ସହ ଆଦର୍ଶ ଯୁବ ପରିଷଦ ତରଫରୁ ପୃଥିବୀ ରଞ୍ଜନ ବେହେରା, କାର୍ତ୍ତିକ ରାଉଳ, ବାସୁଦେବ ରାଉତ, ତୁଷାର ଜେନା, ଧୀରଜ ବେହେରା, ଯୋଗେଶ୍ୱର ବେହେରା, ଅଞ୍ଜନ କୁମାର ଦାସ, ରଞ୍ଜିତା ଅଗସ୍ତି, ଜ୍ୟୋତ୍ସ୍ନା ରାଣୀ ନାୟକ, ନିବେଦିତା ପୋଇ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିଲେ।