
ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ କୁଳିଦା ପଞ୍ଚାୟତ ଅନ୍ତର୍ଗତ କୁଳିଦା ଗ୍ରାମର ଜୈନିକ ବ୍ୟକ୍ତି ଚଞ୍ଚକତା କରି ଭିନ୍ନକ୍ଷମ ସାର୍ଟିଫିକେଟ୍ ହାସଲ କରିବା ସହ ମାସିକ ଭତ୍ତା ନେଉଥିବା ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ ହୋଇଛି। ସେ ହେଉଛନ୍ତି ଏହି ଗ୍ରାମର ପରମାନନ୍ଦ ସାମଲ। ସୁଚନା ଅନୁସାରେ ପରମାନନ୍ଦ ନିଜକୁ ଜଣେ ଅନ୍ଧ ଦର୍ଶାଇ ଦୀର୍ଘ ଦିନ ଧରି ଭିନ୍ନକ୍ଷମ ଭତ୍ତା ହାତେଇ ନେଇ ଆସୁଛନ୍ତି। ମାତ୍ର ପରମାନନ୍ଦ ରାତିରେ ଖୁଲମଖୁଲା ଯାତାୟାତ କରିବା ସହ ଦିନରେ ସାଇକେଲ ଯୋଗେ ଧାନ ତଳି ବୋହୁଥିବାର ଦେଖିବାକୁ ମିଳିଥିଲା। ଏଣୁ ତୁରନ୍ତ ତଦନ୍ତ କରି ଭିନ୍ନକ୍ଷମ ସାର୍ଟିଫିକେଟଟିକୁ ଅବୈଧ କରାଯିବା ସହ ତାଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବା ଲାଗି ପୂର୍ବତନ ସରପଞ୍ଚ ସୁନିଲ କୁମାର ସେନାପତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିହିର ରଞ୍ଜନ ବେହେରାଙ୍କୁ ଅଭିଯୋଗ କରିଛନ୍ତି।