ଢେ଼ଙ୍କାନାଳ(ଗୋକୁଳାନନ୍ଦ ବେହେରା) : ଜିଲ୍ଲା କାମାକ୍ଷାନଗର ବ୍ଲକର : ବଡସୁଆଁଳ ଗ୍ରାମପଞ୍ଚାୟତ ବାଘବସା ଗ୍ରାମରେ ତା – ୨୭/୭/୨୦୨୫ ରିଖ ରବିବାର ଦିନ କଞ୍ଜୁମର ୱେଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନର ଅଫ ଇଣ୍ଡିଆର ରାଜ୍ୟ ନିର୍ଦ୍ଦେଶିକା ନିଲିମା ରାଣୀ ପାତ୍ରଙ୍କ ନିର୍ଦ୍ଧେଶରେ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟିକୁ ଢେ଼ଙ୍କାନାଳ ଜିଲ୍ଲାର ନିମାଇଁ ଚରଣ ସ୍ୱାଇଁ ତଥା ମା ମଙ୍ଗଳା ଲଜିଷ୍ଟିକ୍ ର ଅଧକ୍ଷଙ୍କ ଦ୍ଵାରା ପରି ଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ମଙ୍ଗରାଜ ସାହୁ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ବଡ଼ସୁଆଁଳର ଜୁବ ସମାଜସେବୀ ମୁନା ସ୍ବାଇଁ ଏବଂ ତାଙ୍କ ସହିତ ଆରାଚୁଆ ଗ୍ରାମର ଦୀପକ ପାତ୍ର । ଏହି କାର୍ଯ୍ୟକ୍ରମରେ ସଚେତନତା କରିବା ସଙ୍ଗେ ସଙ୍ଗେ ପ୍ରାୟ ୩୦୦ରୁ ଉର୍ଦ୍ଧ ପରିବାରଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା ।
