*ଖଡ଼ିଆଳ ଶିଖ୍ ସମାଜ ପକ୍ଷରୁ ୫୫୭ତମ ଗୁରୁ ନାନକ ଜୟନ୍ତୀ ପାଳିତ: ନଗର ପରିକ୍ରମା କଲା ଗୁରୁ ଗ୍ରନ୍ଥ ସାହେବଙ୍କ ଭବ୍ୟ ଶୋଭାଯାତ୍ରା*
ନୂଆପଡା(ମିଖାଏଲ ନନ୍ଦ) ତା:୨୪.୧୧.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଶିଖି ସମାଜ ପକ୍ଷରୁ ଆଜି ୫୫୭ ତମ ଗୁରୁନାନକ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ଗୁରୁ ଗ୍ରନ୍ଥ ସାହେବ ଙ୍କ ସୁସଜ୍ଜିତ ଶୋଭାଯାତ୍ରା ଖଡ଼ିଆଳ ନଗର ପରିକ୍ରମା କରିଥିବା ବେଳେ ଖଡ଼ିଆଳ ଗୁରୁଦ୍ୱାରା ରୁ ଶୋଭାଯାତ୍ରା ଆରମ୍ଭ ହୋଇ ଖଡ଼ିଆଳ ବ୍ଲକ ଛକ ଦେଇ ଖଡ଼ିଆଳ ନଗର ପରିକ୍ରମା କରିଥିଲା। ଆଜି ଖଡ଼ିଆଳ ନାଗରିକ ଙ୍କ ପକ୍ଷ ରୁ ସହଯୋଗ ରହିଥିବା ବେଳେ ମହିଳା ଓ ପୁରୁଷମାନେ ମିଳିତ ରୂପେ ଜଳ ଚିଣନ୍ କରି ସଡ଼କ କୁ ଝାଡୁ ମାରୁଛନ୍ତି। ଗୁରୁ ଜ୍ଞାନ ସିଂ ଜି ଙ୍କ ଏକ ଦଳ ନଗର ପରିକ୍ରମା କରିଥିବା ବେଳେ ଗୁରୁ ଗ୍ରନ୍ଥାସହେବା ପଛରେ ଶୋଭାଯାତ୍ରା ରହିଅଛି। ପଛରେ ମହିଳା ସମୂହ ଗ୍ରନ୍ଥ ସାହେବ ରେ ଉଲ୍ଲେଖ ବିଷୟ ଉପରେ ମନ୍ତ୍ର ଉଚ୍ଚାରଣ କରି ନଗର ପରିକ୍ରମା କରିଛନ୍ତି। ବର୍ତ୍ତମାନ ବି ଶୋଭାଯାତ୍ରା ଖଡ଼ିଆଳ ନଗର ପରିକ୍ରମା କରୁଛି।
