*ଖଡ଼ିଆଳ ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲା ସ୍ତରୀୟ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର: ‘ପାଞ୍ଚ ପରିବର୍ତ୍ତନ’ ଉପରେ ଗୁରୁତ୍ୱ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୨.୧୧.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ସଂଘ ଶତାଦ୍ଧୀ ବର୍ଷ ଉଦ୍ଧେଶ୍ୟରେ ଜିଲ୍ଲା ସ୍ତରୀୟ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର, ପାଞ୍ଚ ପରିବର୍ତ୍ତନ ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି।
ଶିକ୍ଷା ବିକାଶ ପରିଷଦଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ନୂଆପଡ଼ା ଜିଲ୍ଲାର ୩୮ ଗୋଟି ବିଭିନ୍ନ ବିଦ୍ୟାମନ୍ଦିରରୁ ଆସିଥିବା ଶିକ୍ଷାବିତ୍ ମାନେ ଉତ୍ସାହର ସହ ଯୋଗ ଦେଇଥିଲେ।ନୂଆପଡ଼ା ବିଭାଗ ନିରୀକ୍ଷକ ଯୁବରାଜ କୁଦେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରୁଦ୍ର ମାଧବ ବାରିକ, ଜିଲ୍ଲା ପ୍ରମୁଖ ଧ୍ରୁବ ପାତ୍ର, ସଙ୍କୁଳ ପ୍ରମୁଖ ହୃଷିକେଶ ଦଣ୍ଡସେନା ମଞ୍ଚାସୀନ ରହି “ପଞ୍ଚ ପରିବର୍ତ୍ତନ” ବିଷୟକୁ ଆଗେଇ ନେଇଥିଲେ।ପଞ୍ଚ ପରିବର୍ତ୍ତନ କହିଲେ ସମରସତା, ସ୍ଵଜଗରଣ, ନାଗରିକ କର୍ତ୍ତବ୍ୟ, କୁଟୁମ୍ବ ପ୍ରବୋଧାନ ଏବଂ ପର୍ଯ୍ୟାବରଣ ଉପରେ ଆହ୍ୱାନ କରିଛନ୍ତି। ଶିକ୍ଷକ ମାନେ କେବଳ ପାଠ ପଢ଼ାଇବା ନୁହେଁ, ଶିଶୁର ଚରିତ୍ର ଗଠନ କରିବାରେ ମଧ୍ୟ ଗୁରୁ ଦାୟିତ୍ୱ ତୁଲାଇବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଥିଲା। ୩୮ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଗୁରୁମା ସମେତ ୯୬ ଜଣ ଶିକ୍ଷକ ଯୋଗ ଦେଇଥିଲେ।
