
ପରିବାର ଲୋକଙ୍କୁ ଖାଦ୍ୟରେ ବିଷ ଦେବା ମାମଲା, ଝିଅ କହୁଛି ନାଁ ମୋର କୌଣସି ସମ୍ପୃକ୍ତି ନାହିଁ|
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା: ନିପ୍ର)ଉତ୍ତମ କୁମାର ଦାସ ଙ୍କ ରିପୋର୍ଟ ଭଂଜଦୂତ କନିକାପଡା ଗ୍ରାମରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା|
ଜଣେ ବିବାହିତା ଝିଅ ପ ରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଇଦେଇଥିବା ଅଭିଯୋଗ ହୋଇଛି| ଫଳରେ ପରିବାରର ୬ ଜଣ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିଶ୍ଚିତ ହେଉଛନ୍ତି| ଚିକିତ୍ସା ପରେ ଜଣାପଡିଥିଲା କି ବିଷାକ୍ତ ଖାଦ୍ୟ ଖାଇବା ପରେ ଏମିତି ହୋଇଛି| ଯେଉଁଥିରେ ଉମାକାନ୍ତ ଓଝା (୭୦ ବର୍ଷ), ଶଶୀକଳା ଓଝା (୬୫ ବର୍ଷ), ସୁବ୍ରତ ଓଝା (୨୭), ସସ୍ମିତା ଓଝା (୩୮), ସତ୍ୟବ୍ରତ ଓଝା (୨୦) ଏବଂ ଶିଶୁ କନ୍ୟା ଅଙ୍କିତା ଓଝା (ଅଢେଇ ବର୍ଷ ) ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି| ସୂଚନା ରୁ ପ୍ରକାଶ ଗତ ୬ ମାସ ତଳେ ଉମାକାନ୍ତଙ୍କ ଅନ୍ୟ ଜଣେ ଝିଅ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଂଗଳପୁର ଅଞ୍ଚଳର ଜଣେ ପୁଅ ସହିତ ପ୍ରେମ ବିବାହ ପାଇଁ ଘର ଛାଡି ପଳାଇଯାଇଥିଲେ, ଯାହାକୁ ପରିବାର ଲୋକ ବିରୋଧ କରିଥିଲେ| ମାତ୍ର ଉମାକାନ୍ତଙ୍କ ଅନ୍ୟ ସମ୍ପକୀୟ ଭାଇମାନେ ଝିଅ ଜ୍ୱାଇଙ୍କୁ ଆଣି ସେମାନଙ୍କ ପାଖରେ ରଖିଥିଲେ| ଏହାପରେ ଉଭୟଙ୍କ ମଧ୍ୟରେ ରୀତିମତ କଳହ ଲାଗିରହୁଥିଲା| କାଲି ଉମାକାନ୍ତଙ୍କ ସ୍ତ୍ରୀ ଶଶୀକଳା ରୋଷେଇ କରୁଥିବା ସମୟରେ ସୁଯୋଗ ଉଣ୍ଡି ଖାଦ୍ୟରେ ବିଷ ମିଶାଇ ଦେଇଥିବା ଅନ୍ୟ ଜଣେ ଝିଅ ସସ୍ମିତା ଅଭିଯୋଗ କରିଛନ୍ତି| ସେପଟେ ଏଭଳି ଅଭିଯୋଗ ଭିତ୍ତିହୀନ ଏବଂ ଏହି ଘଟଣାରେ କୌଣସି ସମ୍ପୃକ୍ତି ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପ୍ରେମ ବିବାହ କରିଥିବା ଝିଅ ଜଣକ|