*କୋକା-କୋଲା ଡିଷ୍ଟ୍ରିବ୍ୟୁଟର ଦେବା ନାଁରେ ୩୫ ଲକ୍ଷ ଠକେଇ: ଦିଲ୍ଲୀରୁ ମାଷ୍ଟରମାଇଣ୍ଡକୁ ଉଠାଇଲା ନୂଆପଡ଼ା ପୋଲିସ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାରେ ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ନୂଆପଡ଼ା ପୋଲିସ ଦିଲ୍ଲୀ ରୁ ଗିରଫ, ଅନେକ ଥର ୩୫ ଲକ୍ଷ ଟଙ୍କା ଠକେଇ, କୋକୋ କୋଲା ଡିଷ୍ଟିବ୍ରୁଟର କରାଇବା ନାମରେ ଠକେଇ କରି ଅନେକ ଥର ୩୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ। ସୋନାଲ ଦେବତା ନାମକ ବ୍ୟବସାୟୀ ନୂଆପଡ଼ା ନିବାସୀ ତାଙ୍କ ନାମ ରେ କୋକୋ କୋଲା
ଡ଼ିଷ୍ଟିବ୍ରୁଟର କରାଇବା ନାମରେ ଦିନେଶ ନାଏକ ବାଲେଶ୍ୱର ଜିଲ୍ଲା ଜଗନ୍ନାଥପୁର ଅଞ୍ଚଳର ପୀତାମ୍ବର ନାଏକଙ୍କ ପୁତ୍ର ଅଟନ୍ତି। ସେ କୋକୋ କୋଲା କମ୍ପାନୀରେ କାମ କରୁଥିବା ବେଳେ ନୂଆପଡ଼ା ଜିଲ୍ଲ ଡିଷ୍ଟିବ୍ରୁଟର କରାଇବା ନାମରେ ଠକେଇ କରି ଅନେକ ଥର ୩୫ ଲକ୍ଷ ଟଙ୍କା ନେଇଥିଲେ। ଗତ ଫେବୃଆରୀ ୨୦୨୬ ରେ ନୂଆପଡ଼ା ଥାନା ରେ ଏକ ମାମଲା ରୁଜୁ ହୋଇଅଛି। ଏହି ଘଟଣାର ତଦନ୍ତ କରି ଚାରି ଜଣିଆ ପୋଲିସ ଦଳ ପୋଲିସ ଏସ ଆଇ ହରେ କୃଷ୍ଣ ଜାନୀଙ୍କ ନେତୃତ୍ୱରେ ଘଟଣାର ଅଭିଯୁକ୍ତ ଙ୍କୁ ଏକ ଔଷଧ ଦୋକାନ ରେ କାମ କରୁଥିବା ବେଳେ ଗିରଫ କରିଥିଲେ। ନୂଆପଡ଼ା ଅଣାଯାଇ। ଅଭିଯୁକ୍ତ ଘଟଣା ସ୍ୱୀକାର କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି।
