ସୋର ସେଣ୍ଟ ଜାଭିୟର ହାଇସ୍କୁଲରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ସୋର ୭/୧୧(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର)::: ସୋର ଉତ୍ତରେଶ୍ୱର ସ୍ଥିତ ସେଣ୍ଟ୍ ଜାଭିୟର ହାଇସ୍କୁଲ ପରିସରରେ ନୂଆଦିଲ୍ଲୀ ବିସିଏସଇ ଦ୍ୱାରା ପରିଚାଳିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଧ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିସିଏସଇ ପକ୍ଷରୁ ନିଯୁକ୍ତ ବିଷୟ ବିଶେଷଜ୍ଞ ବାରିପଦା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ବୀଣାପାଣି ଦାସ ଏବଂ ଯାଜପୁର ଡିଭି ପବ୍ଲିକ ସ୍କୁଲର ଉପାଧ୍ୟକ୍ଷା ରାଜଶ୍ରୀ ମହାପାତ୍ର ଯୋଗଦେଇଥିଲେ। ଅତିଥିମାନେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି ଏବଂ ଚେୟାରମ୍ୟାନ ଇଂ ବଳମାଳା ଦାସ ସ୍ୱାଗତ ଭାଷଣ ଦେବା ସହିତ ବାଲେଶ୍ୱର, କଟକ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗୁଡିକୁ ଅଭିନନ୍ଦନ ଜଣାଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଆଡ଼ଭାନ୍ସ ଲାଇଫ ସ୍କିଲର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।ବିଦ୍ୟାଳୟର ଦୈନନ୍ଦିନ ଚଳଣି ଉପରେ ଉପୁଜୁଥିବା ବିଭିନ୍ନ ପ୍ରକାର ସମସ୍ୟାର ସହଜ ସମାଧାନ ସହିତ ଉପଯୁକ୍ତ ମାର୍ଗଦର୍ଶନ ଓ ନିଷ୍ପତ୍ତି ଗ୍ରହଣ କରିବାର କୌଶଳ ସଂପର୍କରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଅଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲାସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ଓ ଔପଦା ଆଦର୍ଶ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମନୋରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ଉପାଧ୍ୟକ୍ଷ ପର୍ଶୁରାମ ବେହେଲା, ଦୀପ୍ତିିକାନ୍ତ ନାୟକଙ୍କ ସମେତ ଶିକ୍ଷକ ଶକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।
