ଐତିହାସିକ ଅକ୍ଟୋବର ବିପ୍ଳବ ନଭେମ୍ବର ୭ କ୍ଷମତା ଓ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସଂକଳ୍ପ ଦିବସ
ସୋର, ୭/୧୧(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର) -ସର୍ବହରା ମଣିଷ ସମାଜ,ଦାସତ୍ତ୍ୱରୁ ମୁକ୍ତି ପାଇଁ ଯେଉଁ ଐକ୍ୟବଧ ସଂଗ୍ରାମ ଗଢିତୋଳି ମହାନ ବିପ୍ଳବରେ ପରିଣତ କରିଥିଲା ତାହା ୭ ନଭେମ୍ବର ଅକ୍ଟୋବର ବିପ୍ଳବ। ଏକ ଐତିହାସିକ ଅକ୍ଟୋବର ବିପ୍ଳବ ୭ ନଭେମ୍ବରରେ ସମ୍ଭବ ହୋଇଥିଲା ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସୋର କମରପୁର ସ୍ଥିତ ସଂଗ୍ରାମୀ ଭବନରେ ବର୍ଷୀୟାନ କମ୍ୟୁନିଷ୍ଟ ନେତା ଅନାମ ପ୍ରସାଦ ବାରିକଙ୍କ ସଭାପତିତ୍ୱରେ ଅକ୍ଟୋବର ବିପ୍ଳବ ଦିବସରେ ସଂକଳ୍ପ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶାର ବିଶିଷ୍ଟ ଛାତ୍ର ନେତା ସଂଘମିତ୍ରା ଜେନା ଯୋଗଦେଇ ବକ୍ତବ୍ୟରେ ୧୯୧୭ ମସିହା ନଭେମ୍ବର ୭ ଅକ୍ଟୋବର ବିପ୍ଳବ, ରୁଷରେ ସାମ୍ରାଜ୍ୟ ବାଦୀ ବ୍ୟବସ୍ଥାର ବିଲୋପ ଏବଂ ସମାଜବାଦୀ ବ୍ୟବସ୍ଥା ସ୍ଥାପନ,ସମଗ୍ର ମାନବ ଜାତି ପାଇଁ ଏକ ଆହ୍ୱାନ ଥିଲା। ଭାରତ ବର୍ଷରେ ସମାଜବାଦୀ ଗଣତନ୍ତ୍ର ବ୍ୟବସ୍ଥା ଶାସକର କାଠପୁତୁଳି ସାଜିଛି। ଦରଦାମ ଆକାଶ ଛୁଆଁ, ଶିକ୍ଷା ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ଥ,ଶିକ୍ଷିତ ଛାତ୍ର ବେସାହାରା, ଗଣତନ୍ତ୍ର ବିପନ୍ନ ସରକାରଙ୍କ ବିରୋଧରେ ଜନ ଆକ୍ରୋଶ ତେଜୀୟାନ ହେଉଛି। କେନ୍ଦ୍ର ସରକାର ଦେଶବାସୀଙ୍କୁ ପ୍ରତାରଣା କରି ଚାଲିଛନ୍ତି। ଅନ୍ୟତମ ନବନିର୍ବାଚିତ ଛାତ୍ର ନେତା,ଉତ୍କଳ ୟୁନିଭରସିଟି ଛାତ୍ର ସଙ୍ଘର ଉପ ସଭାପତି ପପୁ ରାଉତ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଭରତ ଚନ୍ଦ୍ର ବେହେରା, ଅଧ୍ୟାପକ ପ୍ରଭାତ ମିଶ୍ର, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲା ସହ ସମ୍ପାଦକ ମାୟାଧର ନାୟକ, ଶିକ୍ଷକ ନେତା ଅଧ୍ୟାପକ ବନମାଳୀ ବାରିକ,ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି,ବର୍ତ୍ତମାନ ଦେଶର ନାହିଁ ନଥିବା ସମସ୍ୟାକୁ ସରକାର ସୃଷ୍ଟି କରୁଥିବା ବେଳେ, ଜନ ସାଧାରଣ ପ୍ରତିହତ କରିବା ପାଇଁ,ଅକ୍ଟୋବର ବିପ୍ଳବର ପୃଷ୍ଟଭୂମି ପ୍ରତି ଗରୁତ୍ୱ ଦେବାର ସମୟ ଆସିଛି ବୋଲି ପ୍ରକାଶ କରିଥିଲେ। ସୋର ଅଞ୍ଚଳ କମିଟିର ସମ୍ପାଦକ ଶଶିକାନ୍ତ ପଣ୍ଡା ନଭେମ୍ବର ୭ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ, ଶିକ୍ଷକ ନେତା ସୁରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାଥି ସମର୍ଥକ ଏହି ସଂକଳ୍ପ ସଭାରେ ଯୋଗ ଦେଇଥିଲେ।
