ଲଡୁଗାଁରେ ଚାଞ୍ଚଲ୍ୟ! ଚାଷ ଜମିରୁ ମିଳିଲା ମୁଣ୍ଡବିହୀନ ଯୁବକଙ୍କ ମୃତଦେହ, ଜଘନ୍ୟ ହତ୍ୟା ସନ୍ଦେହ
କୋକସରା, ୦୫/୧୧(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେ ଏକ ଅତ୍ୟନ୍ତ
ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଲଡ଼ୁଗାଁ-ସୁପାଡ଼ ରାସ୍ତାରେ ବା ବିୟର ବାର୍ ନିକଟସୁ ଏକ ଚାଷ ଜମିରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଠାବ ହୋଇଛି। ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇ ଯାଇଥିବା ସନ୍ଦେହ କରାଯାଉଛି। ତେବେ ଖବର ଲେଖାଯିବା ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଜମି ମାଲିକ ନିଜ ଚାଷ ଜମିକୁ ବୁଲିବାକୁ ଯାଇଥିବା ସମୟରେ ମୁଣ୍ଡବିହୀନ ମୃତଦେହ ଦେଖ୍ ଭୟଭୀତ ହୋଇପଡ଼ିଥିଲେ। ଏନେଇ ସେ ଗ୍ରାମବାସୀଙ୍କୁ ଜଣାଇବା ସହ କୋକସରା ପୋଲିସକୁ ଖବର ଦେଇଥିଲେ।ଖବର ପାଇ କୋକସରା ପୋଲିସ ଘଟଣାସୁଳରେ ପହଞ୍ଚି ତଦନ୍ତି ଆରମ୍ଭ କରିଛି। ଘଟଣାସ୍ଥଳରେ ଏଇ ରଶ୍ମି ରଞ୍ଜନ ବାଗ ମଧ୍ୟ ପହଞ୍ଚିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ଅନ୍ଧାର ଯୋଗୁଁ ଚାଷ ଜମିରୁ ମୃତଦେହ ଉଦ୍ଧାର କରାଯାଇପାରି ନଥୁବା ଜଣାପଡ଼ିଛି। ମୃତଦେହ ନିକଟରେ ମୁଣ୍ଡ ମଧ୍ୟ ନଥୁବା ସୂଚନା ମିଳିଛି। ଏହି ଜଘନ୍ୟ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜିବା ସହ ଘଟଣାର ପ୍ରକୃତ କାରଣ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଦିଗରେ ତଦନ୍ତ ଜାରି ରଖୁଛି।
