ବ୍ଲକ ପ୍ରଶାସନିକ ଅଧିକାରୀ ଓ ଅଲିଭା ମହାସଂଘ ର ଭାବର ଆଦାନ ପ୍ରଦାନ ସମ୍ପର୍କିତ ବୈଠକ
ରରୁଆଁ ୦୪/୧୧
ରରୁଆଁ ବ୍ଲକ ମିଶନ ଶକ୍ତି ସଭାଗୃହ ଠାରେ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଅଲିଭା ମହାସଂଘ ଭାବର ଆଦାନ ପ୍ରଦାନ ସମ୍ପର୍କିତ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ କ୍ଷେତ୍ର ପ୍ରଶିକ୍ଷକ ଲଷ୍ମୀକାନ୍ତ ମହାନ୍ତ ସର୍ବ ପ୍ରଥମେ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ ରରୁଆଁ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରେମାନନ୍ଦ ବେହେରା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ନିଗମାନନ୍ଦ ଦଳନାୟକ, ବ୍ଲକ ଭେଟେରିନାରୀ ଅଧିକାରୀ ବୁଦ୍ଧିରାମ ରାଉଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ମୁଣ୍ଡା, ବ୍ଲକ କୃଷି ଅଧିକାରୀ ସତ୍ୟବ୍ରତ ସିଂ, ମଙ୍ଗଳ ଅଧିକାରୀ ସୁବାସ ଚନ୍ଦ୍ର ହୋନହୋଗl, ସମ୍ମାନିତ ଶିଶୁ ବିଭାଗ ର ମହିଳା ପରିଦର୍ଶିକା ଦମୟନ୍ତୀ ପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବି ପି ଓ ମିହିର ପାଣିଗ୍ରାହୀ, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସୁମିତ କୁମାର ପ୍ରତିହାରୀ, ଗ୍ରାମପଂଚାୟତ ଉନ୍ନୟନ ଅଧିକାରୀ ରବିନାରାୟଣ ଦେହୁରୀ, ବ୍ଲକ ମିଶନ ଶକ୍ତି ସଂଯୋଜକ ସାନ୍ତୁନୁ କୁମାର ରାଉତ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବସିଦେବ ପାତ୍ର ଓ ପେସା ସଂଯୋକକ ନିରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗ ର ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପlତ କରିଥିଲେ ଏବଂ ସେଗୁଡିକ କିପରି ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ପହଂଚିପାରିବ ସେ ଉପରେ ସମସ୍ତେ ସହଯୋଗ କରିବା ବୋଲି. କହିଥିଲେ l ଏହାପରେ ଅତିଥି ଓ ପ୍ରତିଭାଗୀ ମାନଙ୍କ ମଧ୍ୟରେ ଖୋଲାଖୋଲି ବାର୍ତାଳାପ ହୋଇଥିଲା l ପ୍ରତିଭାଗୀମାନେ ନିଜ ନିଜ ଅଂଚଳର ସମସ୍ୟା ଉପରେ ଆଲୋଚନା କରିଥିଲେ l ଶେଷରେ ବିଭିନ୍ନ ସମସ୍ୟା ଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମଙ୍ଗଳ ଅଧିକାରୀ, ବି ପି ଓ, ଶିକ୍ଷା ଅଧିକାରୀ ଓ ସମ୍ମନିତ ଶିଶୁ ବିଭାଗ ପରିଦର୍ଶିକା ଙ୍କୁ ଦାବିପତ୍ର ଅଲିଭା ମହାସଂଘ ର ସଦସ୍ୟାମାନେ ସମାଧାନ ପାଇଁ ଦେଇ ଥିଲେ l କାର୍ଯ୍ୟକ୍ରମ ରେ ୪୦ ଜଣ ଅଲିଭା ସଦସ୍ୟା ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଫିଲଡ ଆଶ୍ସୋସିଏଟ ନିହାରରଞ୍ଜନ ମହାନ୍ତ ସହଯୋଗ କରିଥିଲେ l ଅଲିଭା ସଦସ୍ୟା ତଥା ରରୁଆଁ ଗ୍ରାମପଞ୍ଚାୟତ ର ସରପଞ୍ଚ ଝୁନାରାଣୀ ପିଙ୍ଗୁଆ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
