Skip to content
- କାଲିମେଳା ପୋଲିସର ବଡ଼ ସଫଳତା, ଅଜଣା ଲାଶ ଚିହ୍ନଟ କରି ପାଞ୍ଚ ଜଣଙ୍କୁ ବାନ୍ଧିଲା ପୋଲିସ।
କାଲିମେଳା –
କିଛି ଦିନ ପୂର୍ବେ ପୋଟେରୁ ନଦୀରୁ ଗୋଟିଏ ଅଜଣା ଲାଶ କାଲିମେଳା ପୋଲିସ ହାତରେ ଲାଗିଥିଲା। କିନ୍ତୁ ଲାଶଟି କାହାର ଏବଂ ଏହି ହତ୍ୟାକାଣ୍ଡ ପଛରେ କେଉଁ ମାନେ ଜଡ଼ିତ ଅଛନ୍ତି ଏହା ବିଷୟରେ ପୋଲିସ ପାଖରେ କୌଣସି ଠୋସ ପ୍ରମାଣ ନ ଥିଲା। ଆଜି କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ସେହି ଅଜଣା ଲାଶ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି। କାଲିମେଳା ଥାନାରେ ଏହି ହତ୍ୟାକାଣ୍ଡ ବାବଦରେ
୨୭୧/୨୬ ରେ ଏକ ମାମଲା ରୁଜ୍ଜୁ ହୋଇଛି। ଏହି ମାମଲାରେ ଜଡ଼ିତ କାଲିମେଳା ଥାନା ଅନ୍ତର୍ଗତ ବଦଲି ଗ୍ରାମ ପଞ୍ଚାୟତର କୁଟୁଗୁଡ଼ା ଗ୍ରାମର ଭୀମା ପଡ଼ିଆମୀ (୩୬) ପିତା ସୋମା,କାମ ପଡ଼ିଆମୀ (୪୬) ପିତା ଗଙ୍ଗା, ଦେବା ମାଢ଼ି (୫୨) ପିତା ଇର୍ମା,ମାତା ମାଢ଼ି (୪୮) ପିତା ମୁକା,ବୁଦରା ମାଡ଼କାମୀ (୩୮) ପିତା ଗଙ୍ଗା ଏହି ପାଞ୍ଚ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି କାଲିମେଳା ପୋଲିସ।ଉକ୍ତ ପାଞ୍ଚ ଜଣ କୁଟୁଗୁଡ଼ା ଗ୍ରାମର ହୋଇଥିବା ବେଳେ ମୃତକ ସୋମା ପଡ଼ିଆମୀ (୬୭) ପିତା ଇର୍ମା ମଧ୍ୟ ସେହି କୁଟୁଗୁଡ଼ା ଗ୍ରାମର ଅଟେ। କହିବାକୁ ଗଲେ କାଲିମେଳା ପୋଲିସର ତତ୍ପରତା ଯୋଗୁଁ ଏଭଳି ଏକ କ୍ରିଟିକାଲ କେସ ଖୁବଶୀଘ୍ର ସମାଧାନ ହୋଇପାରିଛି। କାଲିମେଳାରୁ ସୁକୁମାର ମଣ୍ଡଳଙ୍କ ରିପୋର୍ଟ ଭଞ୍ଜଦୂତ ଖବର।