*ଖଡ଼ିଆଳ ଏନ୍ଏସି ପକ୍ଷରୁ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ସହାୟତା*।
ନୂଆପଡ଼ା (ମିଖାଏଲ ନନ୍ଦ):
ତା-୩୧/୧୦
ନୂଆପଡ଼ା ଜିଲ୍ଲାରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରୀ ଯୋଜନାଗୁଡ଼ିକର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦିଗରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପକ୍ଷରୁ ଜଣେ ମୃତକଙ୍କ ପରିବାରକୁ ‘ହରିଶ୍ଚନ୍ଦ୍ର ଯୋଜନା’ରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଖଡ଼ିଆଳ ସହରର ୱାର୍ଡ ନମ୍ବର ୭ ନିବାସୀ ସ୍ୱର୍ଗତ ଘାସିରାମ ଭୋଇଙ୍କ ବିୟୋଗ ପରେ ତାଙ୍କ ପରିବାରକୁ ଏହି ଯୋଜନାରେ ସହାୟତା ଯୋଗାଇ ଦିଆଯାଇଛି। ଶୁକ୍ରବାର ଦିନ ଖଡ଼ିଆଳ ଏନ୍ଏସିର ସହକାରୀ କର୍ମଚାରୀ ଗଣେଶ ଭୋଇ ଏବଂ ଦୁର୍ଜନ ନାଗ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଭୋଇଙ୍କ ଧର୍ମପତ୍ନୀଙ୍କୁ ହରିଶ୍ଚନ୍ଦ୍ର ଯୋଜନା ବାବଦକୁ ୪ ହଜାର ଟଙ୍କାର ଚେକ୍/ନଗଦ ରାଶି ପ୍ରଦାନ କରିଛନ୍ତି। ପ୍ରଶାସନର ଏଭଳି ସମୟୋଚିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
