କଳାହାଣ୍ଡି କୂର୍ମ ସମାଜ ତରଫରୁ ଏକତା ଦିବସ ପାଳିତ ।ଭବାନୀପାଟଣା/
(ଡା:ରମେଶ କୁମାର.ନି:ପ୍ର)
କଳାହାଣ୍ଡି ଜିଲ୍ଲା କୁର୍ମି କ୍ଷତ୍ରିୟ ଅଞ୍ଚଳ ସଂସ୍ଥା ପକ୍ଷରୁ ଆଜି ଏକ ଶୋଭାଯାତ୍ରା ରେ ପୁରୁଣା ପଡ଼ା ରୁ ବାହାରି ସ୍ଥାନୀୟ ମାଣିକେଶ୍ଵରୀ ଉଚ୍ଚ ବିଦ୍ୟାଳୟ ଛକ ନିକଟରେ ଥିବା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟ ଅର୍ପଣ ଓ ନାରା ବାଜି କରିବା ସହ ମହା ମାନବ ପଟେଲଙ୍କ ଙ୍କ ଜୀବନୀ ସମ୍ପର୍କ ରେ ଉପସ୍ଥିତ ବ୍ୟକ୍ତିମାନେ ଆଲୋକପାତ କରିଥିଲେ। ଅଞ୍ଚଳ ସଭାପତି ଅଶ୍ୱିନୀ ପ୍ରଧାନ ପୌରହିତ୍ୟ କରି ଥିବାବେଳେ ଗୁଜରାଟ ରୁ ଆସିଥିବା ସମାଜସେବୀ ପଙ୍କଜ ସଂଘମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ।କୁଳାଧିପତି ମହେଶ୍ୱର ପ୍ରଧାନ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପ୍ରଧାନ, ସିଦ୍ଧାର୍ଥ ନାୟକ, ପ୍ରତାପ ପ୍ରଧାନ, ସନ୍ତୋଷ ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ, ଅମିତ୍ ନାୟକ, ଶିବରାମ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ମଙ୍ଗଳୁ ପ୍ରଧାନ, ପରଖିତ ବିଶ୍ୱାଳ, ଧର୍ମେନ୍ଦ୍ର ପ୍ରଧାନ , ସୁରେନ୍ଦ୍ର ନାୟକ, ସୀତାକାନ୍ତ ପ୍ରଧାନ, ଦେବରାଜ ପ୍ରଧାନ, ନବୀନ ନାୟକ, ମଳୟ ବିହାରୀ ନାୟକ ନାୟକ, ସୁଦାମ ପ୍ରଧାନ,ମହିଳା ସଭାନେତ୍ରୀ ସବିତା ପ୍ରଧାନ, କାଉନସିଲର ରଞ୍ଜୁକ୍ତା ପ୍ରଧାନ, ଶିକ୍ଷୟତ୍ରୀ ସ୍ୱପ୍ନା ପ୍ରଧାନ, ମିନତୀ କୁମାରୀ ପ୍ରଧାନ, ଜୟନ୍ତୀ ନାୟକ, ଜୋସ୍ନା ରାଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।
