*ତିର୍ତୋଲ ରେ ଜମୁଛି ଗଜଲକ୍ଷ୍ମୀ ପୂଜା*
*ଚଟପଟି ଖାଦ୍ୟ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଜା*
————————-
*ତିର୍ତ୍ତୋଲ, (ଭଂଜଦୂତ ଖବର):* କୁମାର ପୂର୍ଣ୍ଣିମା ଅବସରରେ ତିର୍ତ୍ତୋଲ ଅଞ୍ଚଳ ଭକ୍ତିମୟ ହୋଇ ଉଠିଛି। ଏଥର ତିର୍ତ୍ତୋଲ ବ୍ଲକର ୫ଟି ପ୍ରମୁଖ ସ୍ଥାନ — *ବଢିଜଙ୍ଗା, ପୁରିଜେନା, ଲକ ବଜାର, କଲେଜ ରୋଡ଼ ଓ ସିରସ୍ତା* ଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଉଛି। *୧. ବଢିଜଙ୍ଗା:* ବଢିଜଙ୍ଗା ବଜାରରେ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବିଶାଳ ମଣ୍ଡପ ନିର୍ମାଣ କରାଯାଇ ମା’ଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଏଠାରେ ଆଲୋକମାଳା ଓ ଫୁଲମାଳାରେ ବଜାର ସଜା ଯାଇଛି। *୨. ପୁରିଜେନା:* ପୁରିଜେନା ଗ୍ରାମର ଏହା ଶତାଧିକ ବର୍ଷର ପରମ୍ପରା। ଗ୍ରାମ ମଧ୍ୟରେ ୮ ଫୁଟ ଉଚ୍ଚ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି। ଦୁଇ ଗଜ ମା’ଙ୍କୁ ସ୍ନାନ କରାଉଥିବା ଦୃଶ୍ୟ ମୁଖ୍ୟ ଆକର୍ଷଣ *୩. ଲକ ବଜାର:* ଲକ ବଜାର ଛକରେ ବ୍ୟବସାୟୀ ସଂଘ ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଉଛି। ବ୍ୟବସାୟୀମାନେ ଧନ ଓ ସମୃଦ୍ଧି ପାଇଁ ମା’ଙ୍କୁ ପୂଜା କରୁଛନ୍ତି। *୪. କଲେଜ ରୋଡ଼:* କଲେଜ ରୋଡ଼ରେ ଯୁବକ ସଂଘ ପକ୍ଷରୁ ଆଧୁନିକ ଲାଇଟ୍ ଗେଟ୍ ସହ ମା’ଙ୍କ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ଏଠାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। *୫. ସିରସ୍ତା:* ସିରସ୍ତା ଗ୍ରାମରେ ମଧ୍ୟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି। ମସ୍ତ ୫ଟି ସ୍ଥାନରେ ପ୍ରତିଦିନ ଚଣ୍ଡୀପାଠ, ହୋମଯଜ୍ଞ, ଭଜନ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ମା’ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
