: ଗୋବିନ୍ଦପୁରଠାରେ ଜଗନ୍ନାଥ ୟୁଥ୍ କ୍ଲବ୍ ପକ୍ଷରୁ ୩୫ତମ ବିଶାଳକାୟ ରାବଣପୋଡ଼ି ମହୋତ୍ସବ ଅନୁଷ୍ଠିତ: ଅଧର୍ମ ଉପରେ ଧର୍ମର ବିଜୟ ଗାଥା ସହ ପ୍ରକମ୍ପିତ ହେଲା ଆକାଶ
ଭଦ୍ରକ 21/10(ସମିସ)ଗୋବିନ୍ଦପୁରସ୍ଥିତ ପଡ଼ିଆଠାରେ ଜଗନ୍ନାଥ ୟୁଥ୍ କ୍ଲବ୍ର ସଂଯୋଜନାରେ ୩୫ତମ ବିଶାଳକାୟ ରାବଣପୋଡ଼ି ମହୋତ୍ସବ ଅତ୍ୟନ୍ତ ଆଡ଼ମ୍ବର ଓ ଶ୍ରଦ୍ଧାପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶରତର ସନ୍ଧ୍ୟାରେ ଆୟୋଜିତ ଏହି ସଂସ୍କୃତି ଓ ଆଧ୍ୟାତ୍ମିକତାର ମହାପର୍ବକୁ ଉପଭୋଗ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଜନସାଧାରଣ ରୁଣ୍ଡ ହୋଇଥିଲେ।ମହୋତ୍ସବର ଆରମ୍ଭରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ବୀର ହନୁମାନଙ୍କ ସୁସଜ୍ଜିତ ରୂପ ପ୍ରକଟ ହୋଇଥିଲା। ବାଜା-ରୋଷଣୀ, ବାଣ ଓ ବାଣସଜ୍ଜା ସହିତ ସଜ୍ଜିତ ହୋଇ ପ୍ରଭୁଙ୍କ ଆଗମନ ଶୋଭାଯାତ୍ରା ଗୋବିନ୍ଦପୁର ପଡ଼ିଆସ୍ଥିତ ବିଶାଳକାୟ ରାବଣପୁତ୍ତଳିକା ପାଖରେ ପହଞ୍ଚିଥିଲା। ଏହି ସମୟରେ ଜନସମୁଦ୍ର ମଧ୍ୟରୁ “ଜୟ ଶ୍ରୀରାମ” ଓ “ଜୟ ମା’ ଦୁର୍ଗା”ର ପବିତ୍ର ଧ୍ୱନି ପ୍ରକମ୍ପିତ ହୋଇ ଗଗନ-ପବନକୁ ଆଧ୍ୟାତ୍ମିକ ରଙ୍ଗରେ ରଙ୍ଗିନ କରିଦେଇଥିଲା।ପରମ୍ପରା ମୁତାବକ ଆରମ୍ଭ ହୋଇଥିଲା ବହୁପ୍ରତୀକ୍ଷିତ ରାବଣପୋଡ଼ି। ବିଭିନ୍ନ ରଙ୍ଗବେରଙ୍ଗର ଆତସବାଜି ଓ ମନୋରମ ବାଣର ସ୍ଫୁଲିଙ୍ଗରେ ଶରତ ସନ୍ଧ୍ୟାର ନୀଳାକାଶ ନବରୂପ ଧାରଣ କରିଥିଲା। ପୁତ୍ତଳିକା ଦାହ ସହିତ ଶରତର ନିଶୀଥ ଆକାଶରେ ପ୍ରକାଶ ପାଇଥିଲା ବିଜୟର ଆଲୋକ। ସେହିପରି ଆଖପାଖ ଅଞ୍ଚଳ ଯେପରିକି ଲେଞ୍ଜରା, ଓଲଟପୁର ଆଦି ସ୍ଥାନରେ ମଧ୍ୟ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ରାବଣପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି।ବିଜୟା ଦଶମୀ ଓ ରାବଣପୋଡ଼ି କେବଳ ଏକ ପାରମ୍ପରିକ ଆତସବାଜି କିମ୍ବା ଆନନ୍ଦ-ଉତ୍ସବ ନୁହେଁ, ଏହା ମାନବ ସମାଜ ପାଇଁ ଏକ ଗଭୀର ଆଧ୍ୟାତ୍ମିକ ସନ୍ଦେଶ ବହନ କରେ |ରାବଣପୋଡ଼ି ହେଉଛି ଅହଂକାର, ଅଧର୍ମ, ଅନ୍ୟାୟ ଓ ଅସତ୍ୟ ଉପରେ ସତ୍ୟ, ଧର୍ମ, ବିନମ୍ରତା ଓ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ।ରାବଣର ଦଶଟି ମୁଣ୍ଡ ମାନବର ଦଶଟି ବିକାର (କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଅହଂକାର, ଆତ୍ମଘାତ, ଈର୍ଷା ଓ ସଂଶୟ)ର ସୂଚକ। ରାବଣପୋଡ଼ି ମାଧ୍ୟମରେ ମଣିଷ ନିଜ ଭିତରେ ଥିବା ଏହି କାଳିମା ଓ ଅହଂକାରକୁ ଦଗ୍ଧ କରି ଆଧ୍ୟାତ୍ମିକ ଶୁଦ୍ଧତା ପ୍ରାପ୍ତ କରିବାର ସଙ୍କଳ୍ପ ନିଏ |ଅନ୍ଧକାରପୂର୍ଣ୍ଣ ସଂସାରରେ ଶ୍ରୀରାମଙ୍କ ଦିବ୍ୟ ଚରିତ୍ର ଓ ମା’ ଦୁର୍ଗାଙ୍କ ଶକ୍ତି ଆମକୁ ସଦାସର୍ବଦା ସତ୍ୟ ଓ ଧର୍ମ ପଥରେ ଚାଲିବାକୁ ପ୍ରେରଣା ଦିଏ।
ଗୋବିନ୍ଦପୁରଠାରେ ଜଗନ୍ନାଥ ୟୁଥ୍ କ୍ଲବ୍ର ଏହି ୩୫ତମ ଆୟୋଜନ କେବଳ ଲୋକଙ୍କୁ ଏକାଠି କରିନାହିଁ, ବରଂ ନୂତନ ପିଢ଼ି ମଧ୍ୟରେ ସଂସ୍କୃତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ପୁନଃପ୍ରତିଷ୍ଠିତ କରିପାରିଛି।
କାର୍ଯ୍ୟକ୍ରମ ମୁଖ୍ୟ ଅଥିତି ଧାମନଗର ଥାନା ଅଧିକାରୀ ସୁବ୍ରଜିତ ଦାସ ଧୂଷୁରୀ ପ୍ରେସ ୟୁନିଅନ ସଭାପତି ସନ୍ତୋଷ ଦାସ ଯୁବ ନେତା ରାକେଶ ପତି, ସତ୍ୟଜିତ୍ ଜେନା, ଅର୍ଜିତ ଦାସ, ବିକାଶ ପତି, ପ୍ରଭୁପାଦ ଦାସ, ଶ୍ୟାମସୁନ୍ଦର ସେଠୀ, ଆଶୁତୋଷ ଦାସ, ଓମପ୍ରକାଶ ପତି, ରାଜେଶ ସେଠୀ, ସୁବାସ ସେଠୀ, ଚିନ୍ତୁ ସେଠୀ ଓ ଇନ୍ଦ୍ରମଣି ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ବିଶ୍ୱଜିତ୍ ପଲେଇ ଓ ସଂଜୀବ ମହାନ୍ତି, ସମାଜସେବୀ ପାର୍ଥସାରଥୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଭଦ୍ରକ ରୁ ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
