*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଆଞ୍ଚଳିକ କ୍ଷେତ୍ରୀୟ ଯୁବ କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନ ର ୪୩ ତମ ବାର୍ଷିକ ଉତ୍ସବ , ବିଶାଲ ମଶାଲ ଯାତ୍ରା ଅନୁଷ୍ଠିତ*।
ନୂଆପଡା(ମିଖାଏଲ ନନ୍ଦ) ତା:୧୯.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଆଞ୍ଚଳିକ କ୍ଷେତ୍ରୀୟ ଯୁବ କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନ ର ୪୩ ତମ ବାର୍ଷିକ ଉତ୍ସବ , ବିଶାଲ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଖଡ଼ିଆଳ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ରୁ ମଶାଲ ବାହାରି ଖଡ଼ିଆଳ ନଗର ପରିକ୍ରମା କରିଥିଲା। ବିଭିନ୍ନ ଜନ ଗହଳି ଛକ ଠାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ର କୌଶଳ ପ୍ରଦର୍ଶନ କରିଥିଲେ। ବିଶେଷ କରି ଲାଠି ଚାଳନା, ଖଣ୍ଡା ଯୁଦ୍ଧରେ ବ୍ୟବହୃତ ଖଣ୍ଡା, ବିଭିନ୍ନ ଆକ୍ରମଣକୁ କିପରି ଶତ୍ରୁ ସହ ଲଢ଼େଇ କରିବା, ଆତ୍ମ ପ୍ରତିରକ୍ଷା, ଏବଂ ସୁରକ୍ଷା ର ବିଭିନ୍ନ ଉପାୟ ଦେଖାଇଥିଲେ। ଏହି ବିଶାଳ ଶୋଭାଯାତ୍ରା ରେ ବିଜୟ ମଶାଲ ପରିଭ୍ରମଣ କରିଥିବା ବେଳେ ଦେଶ ଜାତି ଏବଂ ନିଜ ଅଞ୍ଚଳ ପାଇଁ କ୍ଷେତ୍ରୀୟ ଙ୍କ ବିତ ଗାଥା ବଖାଣି ଥିଲେ। ମହିଳା ମାନେ ମଧ୍ୟ ଆବଶ୍ୟକ ସମୟରେ ଖଣ୍ଡା ଚାଳନା ର ବିଭିନ୍ନ କୌଶଳ ଦେଖାଇଥିଲେ।
