ପୂଜା ପୂର୍ବରୁ ଢେଙ୍କାନାଳ ଗଣେଶ ବଜାରରେ ଛୁରାମାଡ଼,ଯୁବକ ଗୁରୁତର
ଢେଙ୍କାନାଳ ସଦର ୧୯/୧୦: ଦୁର୍ଗା ପୂଜା ପୂର୍ବରୁ ଢେଙ୍କାନାଳ ସହରରେ ଅପରାଧ। ଗଣେଶ ବଜାର ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ଗଣେଶ ବଜାର ଛକ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସାକୁ ନେଇ ଏହି ଛୁରାମାଡ଼ ଘଟଣା ଘଟିଛି। ଆହତ ଯୁବକଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା,ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂଜା ପୂର୍ବରୁ ସହରରେ ଏଭଳି ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
