ସିନ୍ଦ୍ରିଗାଁ ପଞ୍ଚାୟତରେ ‘ନିଶାମୁକ୍ତ ଓଡ଼ିଶା’ ସଚେତନତା କାର୍ଯ୍ୟକ୍ରମ।
ବାଲିଗୁଡ଼ା:(ନି.ପ୍ର)୧୬/୧୦ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡ଼ା ତହସିଲ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତରେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ତହସିଲଦାର, ବିଡିଓ, ବନାଞ୍ଚଳ ଅଧିକାରୀ, ଅବକାରୀ ବିଭାଗର ଅଧିକାରୀ, କୃଷି ଓ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ, ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ଜନପ୍ରତିନିଧିମାନେ ଯୋଗ ଦେଇଥିଲେ।
ସ୍ଥାନୀୟ ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା ଏବଂ ଖେଳକୁଦ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏକ ଭଲିବଲ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଏହା ସହିତ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।
ଗଞ୍ଜେଇ ଚାଷ ପରିବର୍ତ୍ତେ ଫଳ, ପନିପରିବା ଓ ଅନ୍ୟାନ୍ୟ କୃଷିଜାତ ଫସଲ ଚାଷ କରି ଏକ ବିକଳ୍ପ ତଥା ସ୍ଥାୟୀ ଜୀବିକା ଆପଣାଇବାକୁ ଗ୍ରାମବାସୀଙ୍କୁ ଉତ୍ସାହିତ କରାଯାଇଥିଲା। ନିଶାମୁକ୍ତ ସମାଜ ଗଠନ ସହ ଯୁବପିଢ଼ିଙ୍କୁ ସୁସ୍ଥ ଓ ସକାରାତ୍ମକ ଜୀବନଶୈଳୀ ପ୍ରତି ଆକୃଷ୍ଟ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
