*ଭିମାଖୋଲ ଛକରେ ସ୍ୱାମୀ-ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ଆତ୍ମହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଜାରି*।
ନୂଆପଡା(ମିଖାଏଲ ନନ୍ଦ)
ତା-୧୩/୧୦
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମର ଜଣେ ଦମ୍ପତି ଖଡ଼ିଆଳ ଭିମାଖୋଲ ଛକ ନିକଟରେ ରହୁଥିବା ବେଳେ ସେମାନଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ଏକ ଆତ୍ମହତ୍ୟା ବୋଲି ଅଭିଯୋଗ ହେଉଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ପ୍ରାପ୍ତ ସୂଚନା ମୁତାବକ, ଖନତରାଇ ଗ୍ରାମର ସଙ୍କୀର୍ତ୍ତନ ଗହୀର ଏବଂ ତାଙ୍କ ପତ୍ନୀ ସୁଭଦ୍ରା ଗହୀର ଦୀର୍ଘ ଦିନ ହେବ ଭିମାଖୋଲ ଛକ ନିକଟରେ ଘର କରି ରହୁଥିଲେ। ଗତକାଲି ରାତିରେ କୌଣସି କାରଣରୁ ଉଭୟଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସୁଭଦ୍ରାଙ୍କ ବେକରେ ରଶ୍ମି ଲାଗିଥିବା ଅବସ୍ଥା ଦେଖିବାକୁ ମିଳିଥିବା ବେଳେ ତାଙ୍କ ସ୍ୱାମୀ ସଙ୍କୀର୍ତ୍ତନ ଖଟରେ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଖଡ଼ିଆଳ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଉଭୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।
