ଅର୍ଥାଭାବର କରୁଣ ପରିଣତି, ଅଟୋରେ ମୃତଦେହ ଆଣିଲେ ପରିବାର ଲୋକେ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଅର୍ଥାଭାବର କରୁଣ ପରିଣତି ଦେଖିବାକୁ ମିଳିଛି ବାହାନଗା ଅଞ୍ଚଳରେ। ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆରୁଆ ଗ୍ରାମରେ କାଠ ଚିରୁଥିବା ବେଳେ ଗୁରୁତର ହୋଇଥିବା ଜଣେ କାଠ ଚିରାଳିଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ଅର୍ଥାଭାବରୁ ଆମ୍ବୁଲାନ୍ସ ମିଳିନଥିବାରୁ ଅଟୋରେ ମୃତଦେହ ନେଇ ଘରକୁ ଫେରିଲେ ପରିବାର ଲୋକ। ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆରୁଆ ଗ୍ରାମର ଚୈତନ୍ୟ ମୁର୍ମୁ। ପେଶାରେ ସେ ଜଣେ କାଠ ଚିରାଳି। ଗତକାଲି କାଠ ଚିରୁଥିବା ବେଳେ ହଠାତ୍ ଗୁରୁତର ହୋଇପଡ଼ିଥିଲେ ଚୈତନ୍ୟଙ୍କ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ନେଇଯାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ମୃତଦେହକୁ ଘରକୁ ଆଣିବା ପାଇଁ ଆମ୍ବୁଲାନ୍ସ ଖର୍ଚ୍ଚ ବହନ କରିବାକୁ ପରିବାର ପାଖରେ ଅର୍ଥ ନଥିବାରୁ ଏକ ଅଟୋ ଯୋଗେ ମୃତଦେହ ନେଇ ଘରକୁ ଫେରିଥିଲେ ପରିବାର ଓ ସମ୍ପର୍କୀୟ। ମୃତଦେହକୁ ଆମ୍ବୁଲାନ୍ସ ବଦଳରେ ଅଟୋରେ ନେବାର ଦୃଶ୍ୟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ମୃତକଙ୍କ ପୁଅ କହିଥିଲେ “ଆମ ପାଖରେ ଟଙ୍କା ନାହିଁ। ଆମେ ଅଟୋରେ ନେଇଯିବୁ ଶବକୁ …” ।
