କୋରାପୁଟ l08/10/2026
କୋରାପୁଟ ରେ ବନ୍ଦ କଲା କଂଗ୍ରେସ ଜନ ଜୀବନ ପ୍ରଭାବିତ l
ଆଜି ଇଣ୍ଡିଆ ବ୍ଲକ ଓ କଂଗ୍ରେସ ର ମିଳିତ ସହଯୋଗ ରେ ରାଜ୍ୟ ରେ 12ଘଣ୍ଟିଆ ଓଡିଶା ବନ୍ଦ ପାଳନ ପାଇଁ ଦଳ କାଯ୍ୟଆରମ୍ଭ କରିଥିବା ବେଳେ କୋରାପୁଟ ରେ ବି ତାର ପ୍ରଭାବ ଦେଖିବାକୁ ମିଳିଛି l ଜିଲ୍ଲା ସଭାପତି ରୂପକ ତୁରୁକ ଙ୍କ ନେତୃତ୍ୱ ରେ ଆଜି ଜିଲ୍ଲା ର ବରିଷ୍ଠ ନେତୃବୃନ୍ଦ କୋରାପୁଟ ସଦର ମହାକୁମା ସ୍ଥିତ ଟ୍ରାଫିକ ଛକ ନିକଟରେ ଏକତ୍ରିତ ହୋଇ ଜ୍ଞାନେନ୍ଦ୍ର ଙ୍କ ଇସ୍ତଫା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ବନ୍ୟା ରେ ପ୍ରଭାବିତ ଲୋକଙ୍କୁ ସଠିକ ଭାବରେ ରିଲିଫ ପ୍ରଦାନ ଓ ଏମ ଡ଼ି ଆର ଏହିଭଳି ଚାରୋଟି ଦାବୀ କୁ ନେଇ ଦଳ ଏହି ବନ୍ଦ ଡାକରା ଦେଇଥିଲା କୋରାପୁଟ ଜିଲ୍ଲା ର ସମସ୍ତ ବ୍ଲକ ମୁନିସିପାଲିଟି ରେ ଏହି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା ଏପରିକି ବେସରକାରୀ ଶିକ୍ଷାନୁଷ୍ଠାନ ଠୁ ଧରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବି ବନ୍ଦ ଥିବାର ଦେଖା ଯାଇଥିଲା ବେଳେ 326ନମ୍ବର ଜାତୀୟ ରାଜପଥ ବି ବିକ୍ଷୋଭ କାରି ମାନେ ବନ୍ଦ କରିଥିବା ଦେଖା ଯାଇଥିଲା ଜିଲ୍ଲା ର କୌଣସି ସ୍ଥାନ କୁ କୌଣସି ଯାନବାହାନ ଚାଲୁ ନ ଥିଲା ବେଳେ ଏହାର ପ୍ରଭାବ ସିଧା ସଳଖ ଜନସାଧାରଣ ଙ୍କ ଉପରେ ପଡିଥିଲା ଅନ୍ୟପଟେ ଦେଖିଲେ ଏହି ବାର ଘଣ୍ଟିଆ ବନ୍ଦ କୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିବା ଦେଖା ଯାଇଥିଲା l ଟ୍ରେନ ଚଳାଚଳ ସ୍ୱାଭାବିକ ଥିଲା ସରକାରୀ କାଯ୍ୟଳୟ ସ୍ୱାଭାବିକ ଭାବେ ଚାଲିଥିବାର ଦେଖା ଯାଇଥିଲା l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
