*ନୂଆପଡା ସଦର ମହକୁମା ସ୍ଥିତ ୩୫୩ ନମ୍ବର ଜାତୀୟ ରାଜପଥ ସଡ଼କ ଦୁର୍ଘଟଣା ୩୨ ବର୍ଷୀୟ ଯୁବକ ଥାନୁ ରାମ ସାହୁଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ*।
ନୂଆପଡା(ମିଖାଏଲ ନନ୍ଦ) ତା:୦୬.୧୦.
ନୂଆପଡା ସଦର ମହକୁମା ସ୍ଥିତ ୩୫୩ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଏହି ଦୁର୍ଘଟଣାରେ ନୂଆପଡ଼ା ର ୩୨ ବର୍ଷୀୟ ଯୁବକ ଥାନୁ ରାମ ସାହୁଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ। ସ୍ଥାନୀୟ ଅଞ୍ଚଳର ଉତ୍ତେଜନା ଲାଗି ରହିଥିବା ବେଳେ ମୃତକ ପରିବାରଙ୍କୁ ଆର୍ଥିକ ସହାୟତା ଦାବୀ। ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ
ଗୋତମା ଛକ ଠାରେ ସଡ଼କ ଦୁର୍ଘଟଣା ହୋଇଅଛି। ମୋ ବସ୍ ସରକାରୀ ବସ୍ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ତେଲିପଡା ନିବାସୀ ଥାନୁରାମ ସାହୁ ଏବଂ ରେଖୁରାମ ସାହୁ ଖରିଆର ରୋଡ ପଟୁ ନୂଆପଡା ଅଭିମୁଖେ ଏକ ବାଇକ୍ ଯୋଗେ ଆସୁଥିବା ବେଳେ ସେହି ସମୟରେ ନୂଆପଡା ପଟୁ ଓଏସଆରସିଟି ବସ ଖରିଆର ରୋଡ ଅଭିମୁଖେ ଯାଉଥିଲା ବସ୍ ଟି ଏକ ଟ୍ରକକୁ ଓଭରଟେକ କରୁଥିବା ସମୟରେ ଥାନୁରାମ ସାହୁଙ୍କ ମୋଟର ସାଇକେଲ କୁ ଧକ୍କା ଦେଇଥିଲା | ଯାହାଫଳରେ ଥାନୁରାମ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ରେଖୁରାମ ଗୁରୁତର ଅବସ୍ଥାରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ଜୋଙ୍କ ପୋଲିସ ଘାଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ମୃତକ ପରିବାରଙ୍କୁ ଆର୍ଥିକ ସହାୟତା ଦାବି ହେଉଅଛି।
