*ଖଡ଼ିଆଳ ଠାରେ ନୂତନ ମଣ୍ଡପ ରେ ଜଗତ ଜନନୀ ମାଁ ଦୁର୍ଗାପୂଜା ନେଇ ପ୍ରସ୍ତୁତି ବୈଠକ, ନୂତନ ଶାରଦୀୟ ପାର୍ବଣ ପର୍ବ ଉତ୍ସବମୁଖର*।
ନୂଆପଡା(ମିଖାଏଲ ନନ୍ଦ) ତା:୦୬.୧୦.
ନୂଆପଡା ଜିଲ୍ଲା ଖଡ଼ିଆଳ ସହର ରେ ସାର୍ଵଜନନୀ ଦୁର୍ଗାପୂଜା କମିଟି, ବ୍ଳକଛକ ଖଡ଼ିଆଳ ତରଫରୁ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଦୁର୍ଗାପୂଜା । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିନୋଦ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ପ୍ରଥମେ ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ସ୍ଥିର ହୋଇଅଛି । ଚାରି ଦିନ ଧରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂଜା କୁ ସୁରୁଖୁରୁ ରେ ଆୟୋଜନ କରିବା ପାଇଁ ଏକ ଆୟୋଜକ କମିଟି ସର୍ବସମ୍ମତି କ୍ରମେ ମନୋନୀତ ହୋଇଅଛି। ସଭାପତି ଭାବେ ବିନୋଦ ବିହାରୀ ପାଢ଼ୀ, ଉପସଭାପତି ଭାବେ ଅଜିତ ପ୍ରଧାନ, ସମ୍ପାଦକ ପ୍ରକାଶ ଶର୍ମା, ସହ ସଂପାଦକ ଭାବେ ଯଶୋବନ୍ତ ପଣ୍ଡା, ଗରୁଡ଼େଶ୍ୱର ଗହୀର, ଏବଂ ଆଦିତ୍ୟ ପାଣିଗ୍ରାହୀ, କୋଷାଧକ୍ଷ ଭାବରେ ପ୍ରମୋଦ ପତି, ଅର୍ଥ କମିଟି ର ଆବାହକ ଭାବରେ ସତୀଶ କୁମାର ନାଏକ ଏବଂ ସାଂସ୍କୃତିକ କମିଟିର ଆବାହକ ଭାବରେ ସୁନୀଲ କୁମାର ସାହୁ ଙ୍କୁ ମନୋନୀତ କରାଯାଇଥିଲା ଏଥି ସହ ଡାକ୍ତର ସିଦ୍ଧାର୍ଥ ଶଙ୍କର ମହାପାତ୍ର, ଶ୍ରୀଗୋପାଳ ଅଗ୍ରୱାଲ,ସଞ୍ଜୟ କୁମାର ମହାଉତି, ଜ୍ୟୋତିଲାଲ ବଂଜାରେ, ଡୋଳାମାଣି ଚିନ୍ଦା, ଗୌତମ ତାଣ୍ଡି, ଧରମ ସୋନବାନି, ସୁଧାଂଶୁ ବେହେରା, ରାଜେନ୍ଦ୍ର ବେହେରା, ବିମଳ ସିଂ ଦଳପତି, ଅନିଲ ମେହେର,ସୁନୀଲ ରାଉତ ଙ୍କୁ ମନୋନୀତ କରାଯାଇଥିଲା । ଶ୍ରୀଗୋପାଳ ଅଗ୍ରୱାଲ ଏବଂ ତାଙ୍କ ଧର୍ମପତ୍ନୀ କର୍ତ୍ତା ଦୟୀତ୍ଵ ନିର୍ବାହ କରିବେ। ।
