*ତିର୍ତ୍ତୋଲରେ ଅବକାରୀ ବିଭାଗର ଚଢ଼ାଉ: ୮ ଲିଟର ବିଦେଶୀ ମଦ ଓ଼ ସ୍କୁଟି ଜବତ ସହ , ଜଣେ ଗିରଫ*
ତିର୍ତ୍ତୋଲ -(ନି.ପ୍ର ):ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଚୋରା ମଦ ଓ ସ୍କୁଟି ଜବତ ସହ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଚୋରା ମଦ ବିକ୍ରୟ ଅଭିଯୋଗରେ ରଘୁନାଥପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ସୁନୀଲ ମଲ୍ଲିକଙ୍କୁ ଅବକାରୀ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ୮ ଲିଟର ଆସ୍କା ଫର୍ଟି ମଦ ଏବଂ ଏକ ସ୍କୁଟି (ନମ୍ବର- OD 05 V 4941) ଜବତ କରାଯାଇଛି।
ଏ ନେଇ ଅବକାରୀ ଥାନାରେ ୭୬/୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ତିର୍ତ୍ତୋଲ ଅବକାରୀ ଅଧିକାରୀ ରବି ବେହେରାଙ୍କ ନେତୃତ୍ୱରେ କରାଯାଇଥିଲା।
