ବିଜେଡି ର ଜନ ସମ୍ପର୍କ ପଦଯାତ୍ରା
ସମ୍ବଲପୁର(ଭଂଜଦୂତ) ରେଢ଼ାଖୋଲ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ରେ ରେଢ଼ାଖୋଲ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ଉଦିତ ତ୍ରିପାଠୀ ଙ୍କ ନେତୃତ୍ୱ ରେ ବଡ଼ମାଳ ପଞ୍ଚାୟତ ସଦର ରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ରେଙ୍ଗାଲି, ବଡ଼ମାଳ, ଭାଲିଆକଟା, ମୋଚିବାହାଲ, ଗରଗଡ଼ବାହାଲ ପଞ୍ଚାୟତ ରୁ ବହୁ ମହିଳା ଙ୍କ ସହ ଶତାଧିକ ବିଜୁ ଜନତା ଦଳ ର କର୍ମୀ ଯୋଗ ଦେଇଥିଲେ। ଦଳୀୟ କର୍ମୀ ବଡ଼ମାଳ ମୁଖ୍ୟ ଛକ ରୁ ବାହାରି ଗାଁ ପରିକ୍ରମା କରି ସଭାସ୍ଥଳ ରେ ପହଂଚିଥିଲେ। ବିଜେଡି ବ୍ଲକ ସଭାପତି ଶ୍ରୀଯୁକ୍ତ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଜେଡି ଜିଲ୍ଲା ଉପସଭାପତି ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ଅନାଦି ସାହୁ, ଜିଲ୍ଲା ସମ୍ପାଦକ ରମାକାନ୍ତ ଗଡ଼ନାୟକ,ବ୍ଲକ ଉପସଭାପତି ଉମାକାନ୍ତ ପ୍ରଧାନ, ଘନଶ୍ୟାମ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ, ବ୍ଲକ ସମ୍ପାଦକ ଅଜିତ ମାଝୀ,ଗୋବର୍ଧନ ପ୍ରଧାନ, ରାଜକିଶୋର ପ୍ରଧାନ, ପଞ୍ଚାୟତ ସଭାପତି ସୌମିତ୍ରୀ ଜେନା, ଖଗେଶ୍ୱର ପ୍ରଧାନ, ନୀଳାମ୍ବର ପ୍ରଧାନ, ଈଶ୍ୱର ବିଶ୍ୱାଳ,ହରିହର ରଣା, ଯୋଗେଶ ହୋତା, ଅଜିତ ଦେଓ, ବରିଷ୍ଠ ବିଜେଡି କର୍ମୀ ଲକ୍ଷ୍ମଣ ପ୍ରଧାନ,କୁନା ପ୍ରଧାନ, ସୋମନାଥ ମିଶ୍ର ଙ୍କ ସହ ଶତାଧିକ ସକ୍ରିୟ କର୍ମୀ ଯୋଗ ଦାନ କରିଥିଲେ। ବିଜେଡି ବ୍ଲକ ସଭାପତି ସରକାର ଙ୍କ ବିଫଳତା ଓ ପ୍ରତାରଣା ବିଷୟରେ ପ୍ରବଳ ବର୍ଷିଥିଲେ। ସରକାର ଏମଏମଡିଆର ବିଲ ଆଳ ରେ ଖଣିଜ ସମ୍ପଦ ଓ ରାଜସ୍ବ କୁ ଲୁଟ କରି ଓଡିଶା ସର୍ବସ୍ୱାନ୍ତ କୁ କରିବାକୁ ଚକ୍ରାନ୍ତ ଚଳାଇଥିବା କହିଥିଲେ। ବରିଷ୍ଠ ବିଜେଡି ନେତା ଅନାଦି ସାହୁ ଙ୍କ ସହ ଅନ୍ୟ ବକ୍ତା ସରକାର ଙ୍କ ବିଫଳତା, ୩୦୦ ୟୁନିଟ ମାଗଣା ବିଜୁଳି, ଭତ୍ତା ବୃଦ୍ଧି, ମହିଳା ଙ୍କୁ ପଚାଶ ହଜାର ଭାଉଚର, ଗ୍ରାମ ପଞ୍ଚାୟତ ର ବେକାରୀ ଙ୍କୁ ନିଯୁକ୍ତି ଦେବାର ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ପ୍ରତାରଣା କରିଥିବା ପ୍ରକାଶ କରିଥିଲେ। ପୁଞ୍ଜିପତି ମାନଙ୍କୁ ସରକାରୀ ଉଦ୍ୟୋଗ କୁ ବିକ୍ରି କରି ଦେଇ ଘରୋଇକରଣ କୁ ପ୍ରାଧାନ୍ୟ ଦେଉଥିଵା, ଖଣି ଖାଦାନ କୁ ନିର୍ଦିଷ୍ଟ ବ୍ୟକ୍ତି ଙ୍କ ହାତକୁ ଟେକି ଦେବାକୁ ବିଜେଡି ନିନ୍ଦା କରିଛି। ବହି ତ୍ରୁଟି ଯୋଗୁଁ ଛାତ୍ର ଛାତ୍ରୀ ଙ୍କୁ ଅନ୍ଧାର କୁ ଠେଲି ଦେଇଥିବା ପ୍ରକାଶ କରିଛି। ଶେଷରେ ବ୍ଲକ ଉପସଭାପତି ଉମାକାନ୍ତ ପ୍ରଧାନ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
