*ବିଶ୍ୱ ପର୍ଯ୍ୟଟନ ଦିବସରେ ଢେଙ୍କାନାଳରେ ମାରାଥନ (ପ୍ରୋମୋ ରନ୍) ଆୟୋଜିତ ହୋଇଥିଲା l* ଢେଙ୍କାନାଳ, (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଆଜି ୨୭ ସେପ୍ଟେମ୍ବର ୨୦୨୬ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଜି ସକାଳ ୬.୩୦ ମିନିଟ୍ ସମୟରେ ଢେଙ୍କାନାଳ ସହରସ୍ଥିତ ବଳରାମ ମନ୍ଦିର ପରିସରରୁ ‘ଢେଙ୍କାନାଳ ପ୍ରୋମୋ ରନ୍’ ଆୟୋଜିତ ହୋଇଯାଇଛି। ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନା ସମ୍ପର୍କରେ ସଚେତନତା ସୃଷ୍ଟି, ପର୍ଯ୍ୟଟନକୁ ପ୍ରୋତ୍ସାହନ ଏବଂ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ଫିଟନେସ୍ର ବାର୍ତ୍ତା ପହଞ୍ଚାଇବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ପ୍ରୋମୋ ରନ୍ରେ ପ୍ରାୟ ୨୨୦ ଜଣ ଧାବକ ଓ ଧାବିକା ଉତ୍ସାହର ସହ ଅଂଶଗ୍ରହଣ କରି ନିର୍ଦ୍ଧାରିତ ଦୌଡ଼ ସଫଳତାର ସହ ସମ୍ପୂର୍ଣ୍ଣ କରିଥିଲେ। ଯୁବବର୍ଗଙ୍କ ସମେତ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀଙ୍କ ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ସଫଳ କରିଥିଲା। ଏହି ଅବସରରେ ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସ୍ବସ୍ତିରଞ୍ଜନ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଦୟାନିଧି ପାତ୍ର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀନିବାସ ରାଉତ ଉପସ୍ଥିତ ରହି ଧାବକ ଓ ଧାବିକାମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରୋମୋ ରନ୍ରେ ଅବିନାଶ ବେହେରା ପ୍ରଥମ, ରଞ୍ଜନ ସବର ଦ୍ୱିତୀୟ ଏବଂ ଦର୍ଶିତ ପରମାର ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ଆସନ୍ତା ୧୩ ଡିସେମ୍ବର ୨୦୨୬ରେ ପୁରୀଠାରେ ଆୟୋଜିତ ହେବାକୁ ଥିବା ପୁରୀ କୋଷ୍ଟାଲ୍ ମାରାଥନ୍ ରେ ଅଂଶଗ୍ରହଣ ପାଇଁ ଉତ୍ସାହିତ କରାଯାଇଥିଲା।
