ଜନ ସମୁଦ୍ର ମଧ୍ୟରେ ତାଳଚେର ରୁ ବିଦାୟ ନେଲେ ପ୍ରଭୁ ଶ୍ରୀ ବିଘ୍ନରାଜ
ତାଳଚେର ସହରର ଗଣ ପର୍ବ ଶ୍ରୀ ଗଣେଶ ପୂଜାର ଭସାଣୀ ଉତ୍ସବ ମହାସମାରୋହରେ ଶାନ୍ତି ଓ ଶୃଙ୍ଖଳାର ସହ ସମ୍ପର୍ନ୍ନ ହୋଇଛି। ବଡଦାଣ୍ଡ ସାହି ମେଳଣ ପଡିଆରେ (୩୫)ଟି ମେଢ଼ ଏକ ତ୍ରିତ ହେବା ପରେ ଅପରାହ୍ନ ୨ଟାରୁ ଭସାଣି ଶୋଭା ଯାତ୍ରା ଆରମ୍ଭ ହୋଇଥିଲା ।ବଡ ବଜାର , ତାଳଚେର ଥାନା, ଚିତ୍ରକୁଟ ବଜାର, ହନୁମାନ ପଡା, ବଉଳଛକ,ଓ ଭୌରବି ସାହି, ଦେଇ ଶୋଭା ଯାତ୍ରା ପରିକ୍ରମା କରିଥିଲେ । ଆକର୍ଷଣୀୟ ମେଢ଼ ପାରମ୍ପାରିକ ନୃତ୍ୟ, ବାଦ୍ୟ ଓ ବିଭିନ୍ନ କଳାକୃତି ଦେଖିବାକୁ ରାସ୍ତାକଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲ। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଡିଜେ ସାଉଣ୍ଡୁକୁ ନିଷିଦ୍ଧ କରାଯାଇ ଥିବା ବେଳେ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ।ରାତି ପ୍ରାୟ ୧୨ଟା ସୁଦ୍ଧା ଶୋଭା ଯାତ୍ରା ଶେଷ ହେବା ପରେ ବ୍ରାହ୍ମଣୀ ନଦୀକୂଳରେ ନିର୍ମିତ ଅସ୍ଥାୟୀ କୃତ୍ରିମ ପୋଖରୀରେ ମେଢ଼ ଗୁଡ଼ିକୁ କ୍ରମାନ୍ୟୟରେ ବିସର୍ଜନ କରାଯାଇଥିଲା । (୧୨) ବାରଦିନ ଧରି ଚାଲି ଥିବା ଗଣେଶ ପୂଜା ଓ ଭସାଣି ଉତ୍ସବ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହେବା ସହ ତାଳଚେରର ଭାଇ ଚାରା ଓ ସାମ୍ପ୍ରଦାୟିକ ସଭାବାର ଏକ ନିଆରା ଉଦାହରଣ ସୃଷ୍ଟି ହୋଇଛି ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
