ଛଅ ବର୍ଷ ପୁଅର ମୃତ୍ୟୁ ଘଟଣା ରେ ଶବଦାହ ନକରି କ୍ଷତିପୂରଣ ଦାବିରଖିଲେ ଉତେଜିତ ଗ୍ରାମବାସୀ।
ବେତନଟୀ ୨୬/୯( ନି ପ୍ର) : ବେତନଟୀ ବ୍ଲକ ଅଧିନ ନଡ଼ପୁର ପଞ୍ଚାୟତ ର ନୁଆଁ ଗାଁ ଗ୍ରାମର ଲକ୍ଷ୍ମୀଧର ବିନ୍ଧାଣି ଙ୍କ ଛଅ ବର୍ଷ ପୁଅ ଅର୍ଜୁନ ବିନ୍ଧାଣି ଏକ ଖୋଲା ପାଇଖାନା ଟାଙ୍କିରେ ପଡ଼ି ଗୁରୁବାର ଦିନ ମୃତ୍ୟୁବରଣ କରିଥିଲେ। ଶୁକ୍ରବାର ଦିନ ବେତନଟୀ ଡାକ୍ତରଖାନା ରେ ଶବ ବ୍ୟବଛେଦ କରାଯାଇଥିଲା। ଏହି ଘଟଣା କୁ ନେଇ ନୂଆଗାଁ ଗ୍ରାମବାସୀ ଉତେଜିତ ହୋଇଥିଲା ବେଳେ ବେତନଟୀ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସମାଧାନ ନ କରିବାରୁ ଶନିବାର ଦିନ ଗ୍ରାମବାସୀ ମାନେ ନାଡ଼ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଶବ ରଖି କ୍ଷତିପୂରଣ ଦାବି ସହିତ ଠିକାଦାର ଙ୍କୁ କଳାତାଲିକା ଭୁକ୍ତ କରିବା ସହିତ ଦାୟୁତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀ ଙ୍କୁ ବହିଷ୍କାର ଦାବିରେ ଅଡ଼ି ବସିଥିଲେ। ଫଳରେ ଘଟଣା ସ୍ଥଳକୁ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀଣୀ ମିନତୀ ବିଶ୍ୱାଳ, ବେତନଟୀ ଆଇଆଇସି କ୍ରିଷ୍ନା ପିଙ୍ଗୁଆ, ବୈଶିଙ୍ଗା ଆଇଆଇସି ବାବା ଶଙ୍କର ସରଫ ଓ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଙ୍କ ପ୍ରତିନିଧି ଭାବରେ ବେତନଟୀ ତହସିଲର ଅତିରିକ୍ତ ତହସିଲଦାର ହିତାଂଶୁ ଜେନା ଯାଇ ଗ୍ରାମବାସୀ ଏବଂ ପରିବାର ବର୍ଗ ଙ୍କୁ ବୁଝାଇବା ଥିଲେ ମଧ୍ୟ ଘଟଣା ର ସମାଧାନ ହୋଇନଥିଲା। ଗ୍ରାମବାସୀ ମାନେ ନିଜର ଦାବି ପୂରଣ ନ ହେଲେ କେହି ଆନ୍ଦୋଳନ ରୁ ହଟିବେ ନାହିଁ ବୋଲି ଉପରିସ୍ଥ ଅଧିକାରୀ ମାନଙ୍କୁ ଜଣାଇଥିଲେ। ପରିଶେଷରେ ଉପସ୍ଥିତ ଅଧିକାରୀ ମାନେ ପାଇଖାନା ଟାଙ୍କି ନିର୍ମାଣ କରୁଥିବା ଠିକାଦାର ଙ୍କ ସହିତ ଆଲୋଚନା କରି ଏହି ଘଟଣା ର କ୍ଷତିପୂରଣ ବାବଦରେ ତିନି ଲକ୍ଷ୍ୟ ଟଙ୍କା ପ୍ରଦାନ ପାଇଁ ନିଷ୍ପତି ନେଇଥିବା ବେଳେ ସଙ୍ଗେ ସଙ୍ଗେ ଏକ ଲକ୍ଷ୍ୟ ପଚାଶ ହଜାର ଟଙ୍କା ଠିକାଦାର ଅଧିକାରୀ ମାନଙ୍କ ସମୁଖ ରେ ପରିବାର ବର୍ଗ ଙ୍କୁ ପ୍ରଦାନ କରିଥିଲେ। ଅବଶିଷ୍ଟ ଏକ ଲକ୍ଷ୍ୟ ପଚାଶ ହଜାର ଟଙ୍କା ଖୁବ ଶୀଘ୍ର ପ୍ରଦାନ କରିବା ପାଇଁ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରିଣୀ ମିନତୀ ବିଶ୍ୱାଳ ଏହାର ଦାୟିତ୍ୱ ନେଇଥିଲେ।ଜିଲ୍ଲାପାଳ ଙ୍କ ପ୍ରତିନିଧି ଭାବରେ ଆସିଥିବା ବେତନଟୀ ଅତିରିକ୍ତ ତହସିଲଦାର ହିତାଂଶୁ ଜେନା ଜିଲ୍ଲା ରେଡ କ୍ରସ ପାଣ୍ଠିର କୋଡିଏ ହଜାର ଟଙ୍କା ମୃତକ ଙ୍କ ପରିବାର ଙ୍କୁ ଦେଇଥିଲେ। ଏହି ଘଟଣା ପରେ ଗ୍ରାମବାସୀ ମାନେ ଆନ୍ଦୋଳନ ର ଅବସାନ ଘଟାଇ ଶବ ସତ୍କାର କରିଥିଲେ। ସୂଚନା ଯୋଗ୍ୟ ନଡ଼ପୁର ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ କ୍ଵାଟର ନିର୍ମାଣ କାମ ରେ ମା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମୃତକ ଙ୍କ ବାପା ଦାଦନ ଖଟିବାକୁ ଚେନାଇ ଯାଇଥିବା ବେଳେ ଘରେ କେହି ନ ଥିବା ଯୋଗୁଁ ମା ଙ୍କ ସହିତ ଶିଶୁ ପୁତ୍ର ମଧ୍ୟ କାମ ନିକଟକୁ ଆସିଥିଲେ। କାମ ନିକଟରେ ଏକ ପ୍ରାୟ ଦଶ ଫୁଟ ଗଭୀର ର ଏକ ନିର୍ମାଣ ଧୀନ ଖୋଲା ପାଇଖାନା ଟାଙ୍କି ରହିଥିବାବେଳେ ପିଲାଟି ଏହି ପାଇଖାନା ଟାଙ୍କିରେ ପଡ଼ି ମୃତ୍ୟୁ ବରଣ କରିଥିଲା।
