ବନ୍ୟା ଅର୍ଣ୍ଣବ ପାଣିରେ ମହୁପଦର–କମାର ପାଲି ଯୋଗାଯୋଗ ବିଚ୍ଛିନ୍ନ
ଯାତାୟାତ ଠପ୍, ଦୁର୍ଦ୍ଦଶାରେ ଗ୍ରାମବାସୀ
ମଥିଲି ନୀପ୍ର: ଶ୍ରୀଧର ପାଢ଼ୀ ଭଞ୍ଜଦୂତ ଖବର
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ମହୁପଦର ପଞ୍ଚାୟତରେ ବନ୍ୟା ପାଣି ଯୋଗୁଁ ଗ୍ରାମବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଲଗାଣ ବର୍ଷା ପରେ ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେବାରୁ ମହୁପଦରଠାରୁ କମାର ପାଲି ଯିବା ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି।
ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଯାତାୟାତ କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜରୁରୀ ସମୟରେ ମଧ୍ୟ ଯାତାୟାତ କରିବା କଷ୍ଟକର ହୋଇପଡ଼ିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବନ୍ୟା ପାଣି ହଟିବା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି।
