*ତିର୍ତ୍ତୋଲରେ ଅବକାରୀ ବିଭାଗର ଚଢ଼ାଉ, ୨.୧୦୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ*
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅବକାରୀ ଷ୍ଟେସନ ପକ୍ଷରୁ ଆଜି ଏକ ଚଢ଼ାଉ କରାଯାଇଛି। ତିର୍ତ୍ତୋଲ ଥାନା ଅନ୍ତର୍ଗତ ଥାନଗଡା ଠାକୁରପଡା ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ ଏନଡିପିଏସ ଆକ୍ଟ ଅନୁଯାୟୀ ଏକ ମାମଲା (ଭିଡିଓ ପି.ଆର ନଂ-୭୨/୨୬-୨୭) ରୁଜୁ କରି *୨ କେଜି ୧୦୦ ଗ୍ରାମ ଗଞ୍ଜେଇ* ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ *୨୧ ହଜାର ଟଙ୍କା* ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଘଟଣାରେ ଜଡତିରା ଗ୍ରାମର ବାସିନ୍ଦା *ଅକ୍ଷୟ କୁମାର ନାଥ* ଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟକୁ ଚାଲାଣ କରାଯାଇଛି।
ଏହି ଚଢ଼ାଉରେ ତିର୍ତ୍ତୋଲ ଅବକାରୀ ଷ୍ଟେସନର OIC *ଶ୍ରୀ ରବି ବେହେରା*, କନଷ୍ଟେବଳ *ଦୀନବନ୍ଧୁ ସେଠୀ* ଏବଂ ଲେଡି କନଷ୍ଟେବଳ *ବର୍ଷାରାଣୀ ଖୁଣ୍ଟିଆ ସାମିଲ ଥିଲେ।
