ଶିଶୁ ସୁରକ୍ଷା ଆଇନ ସଚେତନତା କାର୍ଯ୍ୟକ୍ରମ
ବନ୍/ଆଗରପଡ଼ା,(ନିପ୍ର) ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଶିଶୁ ସୁରକ୍ଷା ଆଇନ ଓ ହେଲ୍ପଲାଇନ ନମ୍ୱର ୧୦୯୮ ସଂପର୍କରେ ଛାତ୍ରୀମାନଙ୍କୁ ଅବଗତ କରିଥିଲେ ଶିଶୁ ସୁରକ୍ଷା ୟୁନିଟ ସେଲ ସଂଯୋଜକ ରମାକାନ୍ତ ଜେନା ଓ ଲକ୍ଷ୍ମଣ ଜେନା । ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ତଥା ବିଇଓ ଇନଚାର୍ଜ ଚିତ୍ତରଂଜନ ମହାନ୍ତି , ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଳ, କୈଳାସ ପଣ୍ଡା, ପ୍ରମୋଦିନୀ ସାହୁ, ସାଗରିକା ମହାନ୍ତି, ରଂଜିତା ଶିଅଳ,ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା, ସୁମିତ୍ରା ନାଇକ,ସାବିତ୍ରୀ ଦାଶ, ବିଦ୍ୟୁତଲତା ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
