ସାରସକଣା ବ୍ଳକରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ଅତି ବିପର୍ଯ୍ୟସ୍ତ: ବିଜୁ ଜନତା ଦଳ ପକ୍ଷରୁ ଶୀର୍ଷା ସୁପରିଟେଣ୍ଡେଣ୍ଟଙ୍କୁ ସମସ୍ୟାର ତୁରନ୍ତ ସମାଧାନର ଦାବି
______________
ସାରସକଣା, (୨୧/୯/୨୬)(ନି.ପ୍ର): ସାରସକଣା ବ୍ଲକର ବିଭିନ୍ନ ସ୍ଵାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ସୁବିଧା ଓ ତ୍ଵରିତ ରୋଗୀ ସେବା ଠିକ୍ ଭାବରେ ଯୋଗାଇ ଦିଆଯାଉନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଉନ୍ନତି ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡା. ରଜତ କୁମାର ଦାସଙ୍କୁ ଭେଟି ଆଲୋଚନା କରିବା ସହ ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଦାବି ଜଣାଇବା ସହିତ ତୁରନ୍ତ ଡାକ୍ତର ଯୋଗାଇ ଦେବାକୁ ଦାବି ଜଣାଇଥିଲେ ।ବିଜେଡି ବ୍ଲକ ସଭାପତି ମଣି ଶଙ୍କର ବାରିକଙ୍କ ନେତୃତ୍ୱରେ ଦଳର ପ୍ରତିନିଧି ମଧ୍ୟରେ କୁଞ୍ଜବିହାରୀ ସେଠୀ, ଅଜୟ ମଣ୍ଡଳ, କ୍ଷେତ୍ରମୋହନ ବେହେରା, କୁନୁ ରାମ ସିଂ, ବାବୁ ସି, ଶ୍ୟାମସୁନ୍ଦର ରଣା, ମୁକେଶ ବେହେରା, ରାଧାକାନ୍ତ ବେରା, ଅନିଲ କୁମାର ସାହୁ,ନିରଞ୍ଜନ ଗନ୍ତାୟତ, ବିନୟ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ସୁପରିଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ସୁବିଧା, ଚିକିତ୍ସା ସେବା ଓ ରୋଗୀମାନଙ୍କୁ ଉନ୍ନତ ସେବା ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଥିଲେ। ଏହି ଅବସରରେ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ବିଜେଡି ପକ୍ଷରୁ ଦାବି ଜଣାଇଥିବା ସହ ଆଗାମୀ ଦିନରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
