ତୁମୁଡିବନ୍ଧ ପୋଲିସର ବଡ଼ ସଫଳତା
୧ କୋଟି ୧୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ।
କନ୍ଧମାଳ : ତୁମୁଡିବନ୍ଧ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୧୧୪୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ୧୯ ସେପ୍ଟେମ୍ବର ୨୦୨୬ ଭୋର ପ୍ରାୟ ୩ଟା ୧୫ ମିନିଟ୍ରୁ ୪ଟା ମଧ୍ୟରେ ଖମଣପଡ଼ା ଗ୍ରାମ ନିକଟ ବାଣ୍ଡିକା ଛକରେ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଏକ Eicher ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା।ଗିରଫ ଅଭିଯୁକ୍ତମୋହତ ଦିଗାଲ (୨୮)ପିତା: ଗ୍ଲାଡୋ ଦିଗା ଗ୍ରାମ: ପାଙ୍ଗୁରୁମିଲାଥାନା: ଏମ୍. ରାମପୁର ଜିଲ୍ଲା: କଳାହାଣ୍ଡି ଜବତ ସାମଗ୍ରୀ ୧୧୪୦ କିଲୋଗ୍ରାମ ଗଞ୍ଜେଇ ଏକ Eicher ଗାଡ଼ି (ନମ୍ବର: NL 01 AF-2105) ଗୋଟିଏ Vivo ସ୍ମାର୍ଟଫୋନ୍।ଏହି ଘଟଣାକୁ ନେଇ ତୁମୁଡିବନ୍ଧ ଥାନାରେ କେସ୍ ନମ୍ବର ୧୨୨, ତାରିଖ ୧୯.୦୯.୨୦୨୬ରେ NDPS ଆଇନର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି।
ତଦନ୍ତକାରୀ ଅଧିକାରୀ: ନିରଞ୍ଜନ ଦାସ, IIC, ତୁମୁଡିବନ୍ଧ।
