ପ୍ରଶାସନ ଶାଜିଲା ନିରବ ଦ୍ରଷ୍ଟା, ଯୁବକ ତିଆରି କଲେ ବାଉଁଶ ରାସ୍ତା ମୟୂରଭଞ୍ଜ
______________________
ମୋରଡା -20/9 -ମୋରଡା ବ୍ଲକ ଅଧିନ ଜୁଆଳିଭଙ୍ଗା ପଞ୍ଚାୟତ ଭୈଇରଙ୍ଗିଷୋଳ ଗ୍ରାମର ଗ୍ରାମବାସୀ ମାନେ ବିଭିନ୍ନ ସମସ୍ୟା ରେ ଅତିବାହିତ କରୁଥିବା ବେଳେ କୁମ୍ଭକର୍ଣ ନିଦ୍ରା ରେ ଶୋଇ ରହିଛି ପ୍ରଶାସନ।ନା ଗାଁ କୁ ଅଛି ଭଲ ରାସ୍ତା, ନା ଅଛି ପାନୀୟଜଳ ବ୍ୟବସ୍ଥା।ତେବେ କିଛିଦିନ ପୂର୍ବେ ହୋଇଥିବା ଲଗାଣ ବର୍ଷାରେ ପାଖରେ ଥିବା ବିଲ ଓ ପୋଖରୀ ରୁ ବର୍ଷା ଜଳ ରାସ୍ତା ଉପରେ ପ୍ରବାହିତ ହୋଇ ଲବ ହାଁସଦା ଘରଠାରୁ ଲକ୍ଷ୍ମଣ ମାରାଣ୍ଡି ଘର ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତା ରେ ଦୁଇଟି ସ୍ଥାନରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି।ତେବେ ଗ୍ରାମବାସୀ ମାନେ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ ଦୁର୍ଗା ହାଁସଦା,ଛୋଟରାଇ ମୁର୍ମୁ, ସୋମନାଥ ମାରାଣ୍ଡି ଏବଂ ଅନ୍ୟ ଗ୍ରାମବାସୀ ମାନେ ପଂଚାୟତ କାର୍ଯ୍ୟଳୟ ରେ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପ୍ରଶାସନ ରାସ୍ତା ମରାମତି କରି ପାରିଲା ନାହିଁ ।ତେବେ ପ୍ରତିଦିନ ଉକ୍ତ ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ସ୍କୁଲ, କଲେଜ, ହସ୍ପିଟାଲ ଓ ବ୍ଲକ କାର୍ଯ୍ୟାଳୟ କୁ ଯାଉଥିବାରୁ ଗ୍ରାମର କିଛି ଯୁବକ ମାନେ ମିଶି ବାଉଁଶ ପୋଲ ନିର୍ମାଣ କରିଛନ୍ତି ଯେଉଁଥିରେ ଭୟରେ ଚାଲି ଚାଲି ଯା ଆସ କରୁଛନ୍ତି ସମସ୍ତେ।ଗ୍ରାମବାସୀ ଙ୍କ କହିବା ମୁତାବକ ନିର୍ବାଚନ ସମୟରେ ଅନେକ ନେତା ଗ୍ରାମକୁ ଭୋଟ ମାଗିବା ପାଇଁ ଆସୁଥିବା ବେଳେ ଅସୁବିଧା ସମୟରେ କାହାରି ଦେଖାନାହିଁ।ତେଣୁ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ରେ ସେମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ତେବେ ଉକ୍ତ ଗାଁ ରେ ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଆଦିବାସୀ ଲୋକେ ରହୁଥିବା ବେଳେ ରାସ୍ତା ଟି ତୁରନ୍ତ ମରାମତି କରାନଗଲେ ଗାଁ ରେ କୌଣସି ଅଘଟଣ ଘଟିଲେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗ ପହଞ୍ଚି ପାରିବ ନାହିଁ। ତେବେ ଏ ନେଇ ଆମେ ମୋରଡ଼ା ବ୍ଲକ ର ସହକାରୀ ଯନ୍ତ୍ରୀ ସାଗରୀକା ମୂର୍ମୁ ଙ୍କୁ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଯେ ଆମେ ଯଥା ଶୀଘ୍ର ତଦନ୍ତ କରି ରାସ୍ତା କୁ ମରାମତି କରି ଲୋକ ଙ୍କ ଗମନା ଗମନ ର ସୁବିଧା କରାଇ ଦବୁ କିନ୍ତୁ ଦୁଖଃ ଓ ପରିତାପର ବିଷୟ ଏହା ଜେ ଏ ପର୍ଯ୍ୟନ୍ତ ଏହାର କୈଣଶି ସ୍ଥାୟୀ ସମାଧାନ ହୋଇ ପରି ନାହିଁ ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
