*ସମ୍ବାଦ ତରଫରୁ ପରିବେଶ ସୁରକ୍ଷା ସଚେତନ ବୈଠକ* ଢେଙ୍କାନାଳ, (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଅଦ୍ୟ ତା -19/09/2026 ରିଖ ଗଁନ୍ଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ମହିମାଗାଦି ଅତିଥି ଭବନ ଠାରେ ପରିବେଶ ସୁରକ୍ଷା ଓ ସଚେତନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମସ୍ତ ଉପସ୍ଥିତ ଅତିଥି ଓ ମହିମା ସମାଜର ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ ଅଖଣ୍ଡ ଦୀପ ପଜ୍ୟୋଳିତ କରି ପରଂବ୍ରହ୍ମ ମହିମା ଅଲେଖ ଡାକଡେଇ ମହିମା ଗୋସାଇଁଙ୍କୁ ଧୂପ ଦୀପ ପୂଜାପାଠ ଦ୍ୱାରା ଅର୍ପଣ କରିଥିଲେ l ବୈଠକରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ସମ୍ବାଦ ପତ୍ରିକାର AGM ଶ୍ରୀଯୁକ୍ତ ରତ୍ନାକର ଦଳାଇ, ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ରୀନାରାଣୀ ଖଟୁଆ, ଷଡ଼ଙ୍ଗୀ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ଦଳେଇ, ବାବା ନିତ୍ୟାନନ୍ଦ ଦାସ, ପକୃତି ବନ୍ଧୁ ହରିହର ସାହୁ, ଯୋରନ୍ଦା ସରପଞ୍ଚ ଶ୍ରୀମତୀ ଆରତୀ ନାୟକ ବୈଠକ ରେ ଉପସ୍ଥିତି ଥିଲେ l ମଞ୍ଚକୁ ସୂଚାର ରୂପେ ଉପସ୍ଥାପନା କରିଥିଲେ ଆନନ୍ଦ ଚନ୍ଦ୍ର ମହାନ୍ତି l ପକୃତି ବନ୍ଧୁ ହରିହର ସାହୁ ପରିବେଶ ସୁରକ୍ଷା ବିଷୟରେ କଥା ରଖିଲେ ସେ ନିଜେ ତାଙ୍କ ବାଡ଼ିରେ ଚାରା ରୋପଣ କରି ଆଖ ପାଖ ବିଦ୍ୟାଳୟ ଓ କଲେଜ ମାନଙ୍କରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ l ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କଥା ରଖିଲେ ପ୍ରତ୍ୟେକ ବିଦ୍ୟାଳୟ ରେ ସଚେତନତା ଅଭିଯାନ ହବା ନିହାତି ଦରକାର ଓ ସରପଞ୍ଚ କହିଲେ ନିଜଗ୍ରାମରୁ ସଚେତନତା ଆରମ୍ଭ ହେବା ଦରକାର ବର୍ତ୍ତମାନ ଯେଉଁଭଳି କଳକାରଖାନା ଗଢି ଉଠିଲାଣି ପରିବେଶ ଦୂଷିତରୁ ରକ୍ଷା ପାଇବାପାଇଁ ଗଛ ଲଗାଇବା ନିହାତି ଦରକାର, ସମସ୍ତ ଅତିଥି ମାନଙ୍କର ଅଭିଭାଷଣ ବହୁତ ଉଚ୍ଚକୋଟୀର ଥିଲା l ଉକ୍ତ ବୈଠକରେ ନେତ୍ରାନନ୍ଦ ରାଉତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
