ଜୁନାଗଡ଼ରେ ଅତ୍ୟାଧୁନିକ ଇଭି ଶୋ’ରୁମ ଉଦ୍ଘାଟିତ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ବଲଧିଆମାଲ ଛକ ନିକଟରେ ଓଡିଶୀ ଇଭି ଗ୍ରୀନ୍ ହ୍ୱିଲ୍ ମୋଟର୍ସର ନୂତନ ଅତ୍ୟାଧୁନିକ ଶୋ’ରୁମ ଶୁଭାରମ୍ଭ ହୋଇଛି।
ଏହି ନୂତନ ଶୋ’ରୁମକୁ ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ନିଜ କରକମଳରେ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ।
ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ଯାନ ଓ ପରିବେଶ ଅନୁକୂଳ ଯାତାୟାତ ବ୍ୟବସ୍ଥାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହି ନୂତନ ଶୋ’ରୁମ ଏକ ନୂଆ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
