ବାଲିଗୁଡ଼ା ବରାଳ ଦେବୀ ମନ୍ଦିରରେ ସେବା ସଂକଳ୍ପ ଅଭିଯାନ “ଆଶୀର୍ବାଦର ଦୀପ” କାର୍ଯ୍ୟକ୍ରମ।
ବାଲିଗୁଡ଼ା, ୧୭/୧0 ବାଲିଗୁଡ଼ା ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ (ସେବା ସଂକଳ୍ପ ଅଭିଯାନ) ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଦଳୀୟ ନେତା, କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତାମାନେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସୁରେନ୍ଦ୍ର କୁମାର ପାତ୍ର, ନଗର ସଭାପତି ମନୋଜ କୁମାର ରଥ, ବାବୁ ଡାକୁଆ, ରଞ୍ଜିତ୍ କୁମାର ଚୌଧୁରୀ, ଦିଗାମ୍ବର ପାଣିଗ୍ରାହୀ, ଅମିଆ ବେହେରା, ଗୋଦାବରୀ ନାୟକ, ରବୀନ୍ଦ୍ର ପାତ୍ର, ଅନିତା ନାୟକ, ରେଖା ମଲ୍ଲିକ, ସୂର୍ଯ୍ୟକାନ୍ତ ନାୟକ, ଦିଲୀପ ପାତ୍ର ଓ ଝରଣା ଦଣ୍ଡସେନାଙ୍କ ସମେତ ଭାରତୀୟ ଜନତା ପାର୍ଟିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ମନ୍ଦିର ପ୍ରାଙ୍ଗଣରେ ଦୀପ ପ୍ରଜ୍ୱଳନ ସହ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।
