**ରାଧାଗୋବିନ୍ଦ କ୍ଳବ ନୂଆଗାଁ ଯୋରନ୍ଦାରେ ଗଣେଶ ପୂଜା ମହା ଆଡମ୍ବରରେ ପାଳିତ ହୋଇଛି* l*ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ତା -14/09/2026 ଗଁନ୍ଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ନୂଆଗାଁ ରେ ଚଳିତ ଭାଦ୍ରଶୁକ୍ଳ ଚତୁର୍ଥୀ ରେ ବହୁ ଆଡମ୍ବରରେ ଗଣେଶ ପୂଜା ପାଳିତ ହୋଇଛି l ଏହି ପୂଜା ରାଧା ଗୋବିନ୍ଦ କ୍ଳବ ପୂଜା କମିଟି ଆନୁକୂଲ୍ୟରେ ବିଘ୍ନ ବିନାଶକ ଶ୍ରୀ ଶ୍ରୀ ଗଣପତି ଙ୍କର ପୂଜାଉତ୍ସବ ଯଥା ଵିଧି ଓ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା l ତା 14/09/ ରେ ଏଗାର ଘଟିକାରେ କଳସ ଯାତ୍ରା ଓ ପୂଜା ଆରମ୍ଭ 12ଟା ସମୟରେ ଆରମ୍ଭ ହୋଇଥିଲା ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ସାରିବାପରେ ପ୍ରସାଦ ସେବନ 1.30ସମୟରେ ଆରମ୍ଭ ହୋଇଥିଲା, ଏବଂ ସନ୍ଧ୍ୟା ଘ. 7 ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ (ଭଜନ ସାଇ ସମ୍ରାଟ ଯୋରନ୍ଦା ) ଆରମ୍ଭ ହୋଇଥିଲା l ଆଜି ଦହିସରବତ ବଣ୍ଟନ କରାଯାଇଥିଲା ଓ ଦିବା ଏକଘଂଟିକା ସମୟରେ ପ୍ରସାଦ ସେବନ କରାଯାଇଥିଲା ଓ ସନ୍ଧ୍ୟା ଘ. 7ସମୟ ରେ ଭଜନ ସାଇ ସମ୍ରାଟ ଭଜନ ସନ୍ଧ୍ୟା ଆରମ୍ଭ କରିଥିଲେ l ରାଧା ଗୋବିନ୍ଦ କ୍ଳବର ଆୟୋଜନ ହିମାଂଶୁ କୁମାର ନାୟକ, ଅରବିନ୍ଦ ନାୟକ ଶେଷଦେବ ବେହେରା, ଭାଗବତ ପରିଡା, ବିଶ୍ୱରଂଜନ ନାୟକ, ରଞ୍ଜନ କୁମାର ସ୍ୱାଇଁ, ଚିନ୍ମୟ ବେହେରା, ଜ୍ଞାନରଞ୍ଜନ ନାୟକ, ସତ୍ୟବ୍ରତ , ସୁଦୀପ୍ତ, ସନ୍ତୋଷ, ପ୍ରଫୁଲ, ଓ ସୁନୀଲ ନାୟକ ଏବଂ କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ନୂଆଗାଁ ର ଗ୍ରାମବାସୀବୃନ୍ଦ l
