କୁନିନ୍ଦା କଳସଢିଆରେ ଗଣେଶ ପୂଜା ଅନୁଷ୍ଠିତ
ରିପୋର୍ଟ – ନିରୋଜ କୁମାର ସେଠୀ
ଯାଜପୁର: ଯାଜପୁର ଜିଲ୍ଲା ଭୁବନେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ କୁନିନ୍ଦା କଳସଢିଆ ଗ୍ରାମରେ Brother’s Youth Club ପକ୍ଷରୁ ମା’ ବେରୁଦାଇ ମନ୍ଦିର ପ୍ରାଙ୍ଗଣରେ ଗଣେଶ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ମୃଣ୍ମୟ ପ୍ରତିମା ସ୍ଥାପନ କରାଯାଇ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଆଳତି କରାଯାଇଥିଲା। ପୂଜାରେ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗଦେଇ ପ୍ରଭୁ ଶ୍ରୀଗଣେଶଙ୍କୁ ଦର୍ଶନ କରିଥିଲେ।
କ୍ଲବ୍ର ସଦସ୍ୟମାନଙ୍କ ଉଦ୍ୟମରେ ଆୟୋଜିତ ଏହି ପୂଜାକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ସହିତ ଦୀର୍ଘାୟୁ କାମନା କରାଯାଇଥିଲା।
